14.1 C
Bhubaneswar
Saturday, December 27, 2025
Homeଓଡିଶାରଥଯାତ୍ରା ପାଇଁ ଗଡିବ ସ୍ୱତନ୍ତ୍ର ବସ

ରଥଯାତ୍ରା ପାଇଁ ଗଡିବ ସ୍ୱତନ୍ତ୍ର ବସ

ଭୁବନେଶ୍ୱର : ଆସନ୍ତା ରବିବାର ଦିନ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା। ଏହି ଅବସରରେ ଶ୍ରୀକ୍ଷେତ୍ର ଧାମକୁ ଶ୍ରଦ୍ଧାଳୁଙ୍କ ସୁବିଧା ଯାତାୟତ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବାର ଆରମ୍ଭ ହେବ। ୭ଟି ଆନ୍ତଃ ସହର ରୁଟ୍ ଥିବାବେଳେ ୭ ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ, ୨୦୨୪ ପର୍ୟ୍ୟନ୍ତ ଏହି ସେବା ଜାରି ରହିବ । ନିୟମିତ ଭାବରେ ଏହି ରୁଟ୍ ବସ୍ ଗୁଡ଼ିକ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କାକଟପୁରରୁ ତାଳବଣିଆ ବସ୍ ଷ୍ଟାଣ୍ଡ୍ ପର୍ୟ୍ୟନ୍ତ ଚଳାଚଳ କରିବ । ରଥଯାତ୍ରା ସ୍ୱତନ୍ତ୍ର ବସ୍ ଏବଂ ଏହାର ସମୟ ସାରଣୀ ନିମ୍ନରେ ପ୍ରଦାନ କରାଯାଇଛି । ରୁଟ୍ ୫୦ ଏକ୍ସପ୍ରେସ୍‌: ଭୁବନେଶ୍ୱର ରେଳ ଷ୍ଟେସନ୍‌- ତାଳବଣିଆ ବସ୍ ଷ୍ଟାଣ୍ଡ୍‌, ରୁଟ୍ ୫୧ ଏକ୍ସପ୍ରେସ୍‌: ବରମୁଣ୍ଡା ବିଏସ୍‌ଏବିଟି – ତାଳବଣିଆ ବସ୍ ଷ୍ଟାଣ୍ଡ୍‌, ରୁଟ୍ ୫୩ ଏକ୍ସପ୍ରେସ୍ (ସଟଲ୍ ସର୍ଭିସ): ମାଳତିପାଟପୁର ବସ୍ ଷ୍ଟାଣ୍ଡ୍ – ତାଳବଣିଆ ବସ୍ ଷ୍ଟାଣ୍ଡ୍‌, ରୁଟ୍ ୫୪ ଏକ୍ସପ୍ରେସ: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍‌ଏଲ୍‌ୟୁ) କଟକ- ତାଳବଣିଆ ବସ୍ ଷ୍ଟାଣ୍ଡ୍‌, ରୁଟ୍ ୫୬ ଏକ୍ସପ୍ରେସ: ଖୋର୍ଦ୍ଧା – ତାଳବଣିଆ ବସ୍ ଷ୍ଟାଣ୍ଡ୍ (ଭାୟା ଜଟଣୀ), ରୁଟ୍ ୫୭ ଏକ୍ସପ୍ରେସ: ତାଳବଣିଆ ବସ୍ ଷ୍ଟାଣ୍ଡ୍ – କାକଟପୁର,ପୁରୀ (ଭାୟା ନିୟୁ ମେରାଇନ୍ ଡ଼୍ରାଇଭ୍‌, କୋଣାର୍କ)
ରୁଟ୍ ୫୮ ଏକ୍ସପ୍ରେସ: ଜଗତପୁର, କଟକ – ତାଳବଣିଆ ବସ୍ ଷ୍ଟାଣ୍ଡ୍‌, ରୁଟ୍ ୫୯ ଏକ୍ସପ୍ରେସ: ମହାନଦୀ ବିହାର, କଟକ – ତାଳବଣିଆ ବସ୍ ଷ୍ଟାଣ୍ଡ୍‌ । ଶ୍ରଦ୍ଧାଳୁମାନେ ପ୍ରଭୁ ଜଗନ୍ନାଥ ଧାମକୁ ଏସି ବସ୍ ଫ୍ଲାଟ୍ ୧୦୦ ଟଙ୍କା, ନନ୍ ଏସି ୮୦ ଟଙ୍କା, ସଟଲ୍ ବସ୍ ସେବା ଫ୍ଲାଟ୍ ୨୦ ଟଙ୍କା ଟିକେଟ୍ ମୂଲ୍ୟରେ ଯାତାଯତ କରିପାରିବେ । ଏଇ(ଏୟାର୍‌ପୋର୍ଟ ଏକ୍ସପେସ୍‌)୧, ଏଇ୨, ୫୨, ୬୦ ଏବଂ ୬୧ ନମ୍ବର ରୁଟ୍ ଗୁଡ଼ିକରେ ୭ ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ ପର୍ୟ୍ୟନ୍ତ କ୍ରୁଟ୍ ବସ୍ ସେବା ସ୍ଥଗିତ ରହିବ । କିନ୍ତୁ ୧୦ରୁ ୧୪ ତାରିଖ ମଧ୍ୟରେ ପୂର୍ବଭଳି ରୁଟ୍ ଗୁଡ଼ିକରେ ବସ୍ ଚାଲୁ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking