33.1 C
Bhubaneswar
Thursday, May 7, 2026
Homeଓଡିଶାସିସିଟିଭିରେ ରଙ୍ଗ ସ୍ପ୍ରେ କରି ଏଟିଏମରୁ ଲୁଟ

ସିସିଟିଭିରେ ରଙ୍ଗ ସ୍ପ୍ରେ କରି ଏଟିଏମରୁ ଲୁଟ

ମୟୁରଭଞ୍ଜ: ଏଟିଏମ ଲୁଟର ନୂଆ ତରିକା । ସିସିଟିଭିରେ ରଙ୍ଗ ସ୍ପ୍ରେ ମାରି ଲୁଟ କରିଛନ୍ତି ଲୁଟେରା । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାରେ । ମୟୁରଭଞ୍ଜ ଖୁଣ୍ଟା ଥାନା ଠାରୁ ମାତ୍ର ୩ ଶହ ମିଟର ଦୂର ବଙ୍ଗଳା ଛକରେ ଥିବା ଏକ ଏସବିଆଇ ଏଟିଏମରେ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛି । ଲୁଟେରାମାନେ ଏଟିଏମ ବାହାରେ ଥିବା ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରିବା ପରେ ଏଟିଏମ ଭିତରେ ପଶି ଲୁଟ କରିଛନ୍ତି । ଲୁଟେରାମାନେ ସମସ୍ତ କ୍ୟାସ ଟ୍ରେରୁ ଲୁଟ କରି ଫେରାର ହୋଇଯାଇଛନ୍ତି । ଏପରିକି ଲୁଟ ପରେ ସାଇରନ ବାଜିବା ଡରରେ ସାଇରନକୁ ପିଟିପିଟି ଭାଙ୍ଗି ଦେଇଛନ୍ତି । ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡିନଥିବା ବେଳେ ଗତକାଲି ଏହି ଏଟିଏମରେ ଟଙ୍କା ଲୋଡ ହୋଇଥିବା କୁହାଯାଉଛି । ଖୁଣ୍ଟା ପୁଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking