26.1 C
Bhubaneswar
Sunday, May 3, 2026
Homeଓଡିଶାବିଷାକ୍ତ ସାପ କାମୁଡ଼ାରେ ଆଖି ବୁଜିଲା ୪ ମାସର ଶିଶୁ କନ୍ୟା

ବିଷାକ୍ତ ସାପ କାମୁଡ଼ାରେ ଆଖି ବୁଜିଲା ୪ ମାସର ଶିଶୁ କନ୍ୟା

କେନ୍ଦୁଝର : ବିଷାକ୍ତ ସାପ କାମୁଡ଼ାରେ ଆଖି ବୁଜିଲା ୪ ମାସର ଶିଶୁ କନ୍ୟା। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅଧୀନ ରଟୁଆଁ ଗାଁରେ । ରଟୁଆଁ ଗାଁର ଚନ୍ଦନ ମାଝୀଙ୍କର ୪ ମାସ ପୂର୍ବେ ଏକ କନ୍ୟା ସନ୍ତାନ ହୋଇଥିଲା। ପିଲାଟିକୁ ପାଇ ବାପାମା’ ବେଶ୍‌ ଖୁସି ଥିଲେ। ହେଲେ ତାଙ୍କ ଖୁସି ବେଶୀ ଦିନ ରହିଲାନି ।ଗତ ରାତିରେ ପିଲାଟି ମା’ କୋଳରେ ଶୋଇଥିଲା। ହଠାତ୍‌ ପିଲାର ଚିତ୍କାର ଶୁଣି ମା’ ଉଠି ସାପଟି ଯାଉଥିବା ଦେଖିବାକୁ ପାଇଥିଲା। ଏହାପରେ ତୁରନ୍ତ ପିଲାଟିକୁ ପରିବାର ଲୋକେ ଆନନ୍ଦପୁର ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପିଲାଟିର ଏପରି ମୃତ୍ୟୁରେ ବାପାମା’ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking