18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଅଗଷ୍ଟ ୧୧ରେ ହେବ ନିଟ୍‌-ପିଜି ପରୀକ୍ଷା

ଅଗଷ୍ଟ ୧୧ରେ ହେବ ନିଟ୍‌-ପିଜି ପରୀକ୍ଷା

ନୂଆଦିଲ୍ଲୀ : ଅଗଷ୍ଟ ୧୧ ତାରିଖରେ ହେବ ନିଟ୍‌-ପିଜି ପରୀକ୍ଷା । ନିଟ୍‌-ପିଜି ପରୀକ୍ଷା ୨ଟି ସିଫ୍ଟିରେ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନବିଇଏମଏସ ପକ୍ଷରୁ ନିଟ୍ ପିଜି ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପୋଷ୍ଟଗ୍ରାଜ୍ୟୁଏଟ ମେଡିକାଲ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ ବୋଲି ନ୍ୟାଶନାଲ ବୋର୍ଡ ଅଫ ଏକଜାମିନେସନ୍ସ (ଏନବିଇ) ପକ୍ଷରୁ ଘୋଷଣା କରାଯାଇଛି। ନିଟ୍‌ର ୟୁଜି ପରୀକ୍ଷାରେ ଅନିୟମିତତା ଯୋଗୁ ଜୁନ ୨୨ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପିଜି ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଥିଲା। ଏହି ସମୟରେ କେନ୍ଦ୍ର ସରକାର କହିଥିଲେ ଯେ ପରବର୍ତ୍ତୀ ଅବସ୍ଥାରେ ତାରିଖ ଘୋଷଣା କରାଯିବ। ସେହି ଅନୁସାରେ ଏନବିଇ ଆଜି ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏନଟିଏ ପକ୍ଷରୁ ନିଟ୍‌ ୟୁଜି ପରୀକ୍ଷା କରାଯାଉଥିବା ବେଳେ ଏନବିଇ ଦୀର୍ଘ ୭ ବର୍ଷ ହେଲାଣି ନିଟ ପିଜି ପରୀକ୍ଷା ଆୟୋଜନ କରୁଛି। ନିଟ୍‌ ୟୁଜିକୁ ନେଇ ବିବାଦ ଦେଖାଯାଉଥିଲେ ହେଁ ପିଜି ପରୀକ୍ଷାରେ ଏଯାଏ କୌଣସି ପ୍ରକାରର ଅନିୟମିତତା ଅଭିଯୋଗ ଆସିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking