35.1 C
Bhubaneswar
Sunday, April 5, 2026
Homeଅପରାଧସର୍ବ ସମ୍ମୁଖରେ ମହିଳାଙ୍କୁ ଅସନମ୍ମାନ ; ସହିନପାରି ବିଷ ପିଇଲେ ମହିଳା

ସର୍ବ ସମ୍ମୁଖରେ ମହିଳାଙ୍କୁ ଅସନମ୍ମାନ ; ସହିନପାରି ବିଷ ପିଇଲେ ମହିଳା

କୋଲକାତା : ମଙ୍ଗଳବାର ଜଲପାଇଗୁଡିରେ ଘଟିଛି ଏଭଳି କିଛି ଭୟାନକ ଘଟଣା। ସର୍ବ ସମ୍ମୁଖରେ ମହିଳାଙ୍କୁ ମାଡ଼ ମାରିଲେ ଦଳେ ମହିଲା। ସହି ନପରି ବିଷ ପିଇ ଆତ୍ମହତ୍ୟା କଲେ ପୀଡିତା। ପରକୀୟା ପ୍ରୀତିକୁ ନେଇ ପଶ୍ଚିମବଙ୍ଗର ପୁଣି ବସିଲା କଙ୍ଗାରୁ କୋର୍ଟ। ଜଲପାଇଗୁରି ଜିଲ୍ଲାର ଜଣେ ମହିଳାଙ୍କୁ ଦଳେ ମହିଳା ମିଶି ଗାଳିଗୁଲଜ କରିବା ସହ ନିର୍ଧୁମ ମାଡ଼ ମାରିବା ପରେ ସେ ଆତ୍ମହତ୍ୟା କରିଛନ୍ତି। ଏନେଇ ପୀଡିତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ମାମଲରରେ ୪ ଜଣଙ୍କୁ ଗିରଫ କରିଛି।ଅଭିଯୋଗ ମୁତାବକ, ପୀଡିତା ଏକ ସପ୍ତାହରେ ଧରି ନିଖୋଜ ଥିଲେ। ସ୍ଥାନୀୟ ମହିଳାମାନେ ତାଙ୍କ ଚରିତ୍ର ଉପରେ ସନ୍ଦେହ କରି ଜଣେ ଯୁବକଙ୍କ ସହ ପରକୀୟାପ୍ରୀତି ହେତୁ ସେ ଘର ଛାଡି ଚାଲିଯାଇଥିବା କହିଥିଲେ। ସୋମବାର ଦିନ ଜାଲପାଇଗୁଡିର ଡାବଗ୍ରାମ-ଫୁଲବାରି ଅଞ୍ଚଳରେ ଥିବା ତାଙ୍କ ଘରକୁ ପୀଡିତା ଫେରିବା ପରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ ଗାଁର କିଛି ମହିଳା ପୀଡିତାଙ୍କୁ ଅଶାଳୀନ ଭାଷା କହିବା ସହ ଶାରୀରିକ ନିର୍ଯାତନା ଦେଇଥିଲେ। ତାଙ୍କ ସ୍ୱାମୀ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ପରେ ଏହାକୁ ସହିନପାରି ରାତିରେ ପୀଡିତା କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking