33.2 C
Bhubaneswar
Friday, June 19, 2026
Homeଓଡିଶା୬ରୁ ବଢିବ ବର୍ଷା

୬ରୁ ବଢିବ ବର୍ଷା

ଭୁବନେଶ୍ବର : ୬ ତାରିଖ ବେଳକୁ ବର୍ଷା ପରିମାଣ ପୁଣି ବଢ଼ିବ। ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଏବଂ ପରବର୍ତ୍ତୀ ସମୟରେ ବର୍ଷା ଲାଗିରହିବ। ଜୁନ୍‌ ୧ରୁ ଆଜି ସୁଦ୍ଧା ଅର୍ଥାତ୍‌ ମୌସୁମୀ ସମୟରେ ରାଜ୍ୟରେ ସ୍ବାଭାବିକ ଭାବେ ୨୨୭ ମିମି ବର୍ଷା ହେବା କଥା। ମାତ୍ର ଏବର୍ଷ ୧୬୮.୭ ମିମି ହୋଇଛି, ଯାହାକି ସ୍ବାଭାବିକଠାରୁ ୨୭% ନିଅଣ୍ଟିଆ। ମାଲକାନଗିରିରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ନିଅଣ୍ଟିଆ ସ୍ଥିତି ଲାଗିରହିଛି। ୧୧ଟି ଜିଲ୍ଲାରେ ସ୍ବାଭାବିକ ଏବଂ ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ ୬୪ ମିମି ବର୍ଷା ହୋଇଛି। କଟକ ଜିଲ୍ଲାର କଣ୍ଟାପଡ଼ାରେ ୪୭ ମିମି, ଜଗତ୍‌ସିଂହପୁର ଜିଲ୍ଲାର ବାଲିକୁଦାରେ ୪୫ ଓ କୁଜଙ୍ଗରେ ୨୫, କଳାହାଣ୍ଡିର ଧର୍ମଗଡ଼ରେ ୨୯ ଓ ଭବାନୀପାଟଣାରେ ୨୮.୮ ସୁନ୍ଦରଗଡ଼ର ବାଲିଶଙ୍କରରେ ୩୪.୨, ଟାଙ୍ଗରପାଲିରେ ୩୨.୪, କୁର୍ତ୍ତ୍ରାରେ ୨୮.୪, ସୁନ୍ଦରଗଡ଼ରେ ୨୮ ମିମି ବର୍ଷା ରେକର୍ଡ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking