38.3 C
Bhubaneswar
Friday, June 19, 2026
Homeଓଡିଶାସୁରକ୍ଷାକର୍ମୀଙ୍କ ଗୁଳିରେ ୧୧ ନକ୍ସଲ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୧୧ ନକ୍ସଲ ସଫା

ମାଲକାନଗିରି : ନକ୍ସଲମୁକ୍ତ ଛତିଶଗଡ଼ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଚାଲିଥିବା ଏହି ଅପରେସନ୍‌ରେ ୧୧ ନକ୍ସଲ ନିହତ ହୋଇଥିବା ଅନୁମାନ କରାଯାଉଛି। ଅପରେସନ୍‌ ଜାରି ରହିଥିବାରୁ ନିହତ ନକ୍ସଲଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ପାଖାପାଖି ୧୪୦୦ ଯବାନ ଏହି ଅପରେସନ୍‌ରେ ସାମିଲ ହୋଇଛନ୍ତି। ବଡ଼ ଅପରେସନ ହୋଇଥିଲେ ବି ଯବାନଙ୍କ କୌଣସି ପ୍ରକାର କ୍ଷତି ହୋଇନଥିବା ସୂଚନା ମିଳିଛି। ଅପରେସନ ଶେଷ କରି ଯବାନ ଫେରିବା ପରେ କ୍ଷୟକ୍ଷତିର ବାସ୍ତବ ତଥ୍ୟ ମିଳିବ। କିନ୍ତୁ ଏହି ଅପରେସନ ନକ୍ସଲଙ୍କ ଅଣ୍ଟା ଭାଙ୍ଗି ଦେଇଥିବା କୁହାଯାଉଛି। ସର୍ଚ୍ଚ ଅପରେସନ ଶେଷ ହେବାପରେ ନିହତ ନକ୍ସଲଙ୍କ ସଂଖ୍ୟା ସ୍ପଷ୍ଟ ହେବ। ପ୍ରାଥମିକ ସୂଚନା ଅନୁସାରେ ୧୧ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking