28.1 C
Bhubaneswar
Tuesday, March 3, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାଲିଠୁ ଖୋଲିବ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାଲିଠୁ ଖୋଲିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜୁଲାଇ ୧ ତାରିଖରୁ ସାଧାରଣ ଜନତାଙ୍କ ପାଇଁ ଖୋଲିବ। ଏଠାରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କର ଅଭିଯୋଗ ଶୁଣିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ, ସେ ନେଇ ସ୍ଥିତି ପରଖିଥିଲେ ସାଧାରଣ ପ୍ରଶାସନ ବିଭାଗ ସଚିବ ସୁରେନ୍ଦ୍ର କୁମାର। ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବ୍ୟାରିକେଡ୍ ବ୍ୟବସ୍ଥାର ବ୍ୟବସ୍ଥା ମଧ୍ୟ କରଯାଇଛି।

କ୍ରମାନ୍ବୟରେ ମାଧ୍ୟମରେ ଲୋକେ କିପରି ଆସିବେ।ସେନେଇ ଅଧିକାରୀଙ୍କ ସହ କଥା ହେବା ସହ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମୟରେ ୩୦ ଜଣ ବସିବା ପାଇଁ ବ୍ୟବସ୍ଥା ମଧ୍ୟ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯିବ। ୨ ଦିନରେ ସବୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସଚିବ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ବୁଲି ଦେଖିଛନ୍ତି। ଖୁବ ଶୀଘ୍ର ବାସଗୃହ କାମ ସାରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଭିଯୋଗ ପ୍ରକୋଷ୍ଠ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବୁଲି ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବା ପାଇଁ ଜନସାଧାରଣ ପ୍ରତି ସୋମବାର ସକାଳ ୯ଟାରୁ ୧୨ ପର୍ଯ୍ୟନ୍ତ ପଞ୍ଜୀକରଣ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking