29.1 C
Bhubaneswar
Wednesday, April 29, 2026
Homeଓଡିଶାପୁଲିସର ବର୍ବର କାଣ୍ଡ

ପୁଲିସର ବର୍ବର କାଣ୍ଡ

ଚାନ୍ଦବାଲି : ଚାନ୍ଦବାଲି ଥାନା ପୁଲିସର ବର୍ବର କାଣ୍ଡ ସାମ୍ନାକୁ ଆସିଛି । ଥାନା ପରିସରରେ ଜଣେ ନାବାଳିକା ଏବଂ ଦୁଇ ମହିଳାଙ୍କୁ ପୁଲିସ ବାବୁ ମାଡ଼ ମାରୁଛନ୍ତି। ଖାଲି ସେତିକି ନୁହେଁ, ଘୋଷାଡ଼ି ଘୋଷାଡ଼ି ନେଇ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ଥାନା ବାହାରେ ପ୍ରତିବାଦ କରୁଛନ୍ତି। ତାଙ୍କ ସ୍ୱାମୀଙ୍କୁ କୌଣସି କାରଣରୁ ପୁଲିସ ଥାନାରେ ଅଟକ ରଖିଛି। ଆଉ ତାଙ୍କୁ ମୁକୁଳାଇବାକୁ ଯାଇ ପ୍ରତିବାଦ କରୁଛନ୍ତି। ଏହି ସମୟରେ ମହିଳାଙ୍କ ସାନ ଝିଅଟି ଏକ ଚପଲ ଖୋଳକୁ ଥାନା ଭିତରକୁ ଫିଙ୍ଗିଦେଇଥିଲା। ଆଉ ଏହାପରେ ମହିଳା ଏବଂ ପୁଲିସ ବାବୁଙ୍କ ମଧ୍ୟରେ ବିବାଦ ତେଜିଥିଲା। ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ପୁଲିସ ବାବୁ ବାବୁ ମାଡ଼ ମାରୁଛନ୍ତି । ତେବେ ସେମାନଙ୍କୁ ମାଡ଼ ମାରିବା ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking