28.1 C
Bhubaneswar
Saturday, May 9, 2026
Homeଦେଶ ବିଦେଶକେନିୟାରେ ହିଂସା ; ସଂସଦରେ ନିଆଁ ଲଗାଇ ଦେଲେ ଜନସାଧାରଣ

କେନିୟାରେ ହିଂସା ; ସଂସଦରେ ନିଆଁ ଲଗାଇ ଦେଲେ ଜନସାଧାରଣ

ନାଇରୋବି: କେନିୟାରେ ହିଂସା ସୃଷ୍ଟି ହୋଇଛି। ସରକାର ଟିକସ ବୃଦ୍ଧି କରିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଜନସାଧାରଣ। ହଜାର ହଜାର ଲୋକ ରାସ୍ତାରେ ପ୍ରତିବାଦ କରିବା ସହିତ ସଂସଦରେ ନିଆଁ ଲଗାଇ ଦେଇଛନ୍ତି। ହିଂସା ରୋକିବାକୁ ପୁଲିସ ପକ୍ଷରୁ ଗୁଳିମାଡ଼ କରାଯିବା ସହିତ ଲୁହବୁହା ଗ୍ୟାସ ଏବଂ ପାଣି ମାଡ଼ କରାଯାଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୧ ଜଣ ଆହତ ହୋଇଛନ୍ତି। କେନିୟା ସରକାର ଟିକସ ବୃଦ୍ଧି ବିଲ୍ ଆଣିବା ପରେ ଦେଶବ୍ୟାପୀ ଏହାକୁ ବିରୋଧ କରାଯାଉଛି। ଦେଶର ଋଣଭାର ହ୍ରାସ କରିବାକୁ ସରକାର ଏହି ପଦକ୍ଷେପ ନେଇଥିଲେ। ନୂଆ ବିଲ୍‌ରେ ରୁଟି, ରନ୍ଧନ ତେଲ ଏବଂ ଆର୍ଥିକ ନେଣଦେଣ କ୍ଷେତ୍ରରେ ଟିକସ ବୃଦ୍ଧି କରାଯାଇଥିଲା। ଏହା ପ୍ରତିବାଦରେ ବିଭିନ୍ନ ଅଞ୍ଚଳରେ ଲୋକେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଉଥିଲା। କିନ୍ତୁ ମଙ୍ଗଳବାର ନାଇରୋବିରେ ଆନ୍ଦୋଳନ ହିଂସାର ରୂପ ନେଇଥିଲା। ଉତ୍ତ୍ୟକ୍ତ ଜନତା ଆନ୍ଦୋଳନ କରିବା ସହିତ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ବାରିକେଡ୍ ଭାଙ୍ଗି ଲୋକେ ସଂସଦ ଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ରୋକିବାକୁ ଉଦ୍ୟମ କରିଥିଲା। ବିଫଳ ହେବାରୁ ପ୍ରଥମେ ଲୁହବୁହା ଗ୍ୟାସ ଏବଂ ପାଣି ମାଡ଼ କରିଥିଲା। କିନ୍ତୁ ଉତ୍ତ୍ୟକ୍ତ ଲୋକେ ତାହାକୁ ଖାତିର କରି ନ ଥିଲେ। ପୁଲିସ ଉପରକୁ ଅଧିକ ଟେକା ପଥର ମାଡ଼ କରିଥିଲେ। ଶେଷରେ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ଲୋକେ ସଂସଦ ଭିତରେ ପହଞ୍ଚି ନିଆଁ ଲଗାଇ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking