ବିଗୁଡିଛି ଆଇନ ଶୃଙ୍ଖଳା ପରିସ୍ଥିତି; ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜୁ ଯୁବ-ଛାତ୍ର ଜନତା ଦଳ
ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି, ବୃଦ୍ଧି ପାଉଥିବା ଅପରାଧ ଏବଂ ସାଧାରଣ ଜନତାଙ୍କ ମନରେ ସୃଷ୍ଟି ହେଉଥିବା ଭୟ ଓ ଅସୁରକ୍ଷାର ବାତାବରଣ ବିରୋଧରେ ଆଜି ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଏବଂ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନେ୍ଦାଳନରେ ବହୁ ସଂଖ୍ୟକ ଯୁବ ଓ ଛାତ୍ର କର୍ମୀ ଯୋଗଦେଇ ରାଜ୍ୟରେ ଶାନ୍ତି, ସୁରକ୍ଷା ଓ ସୁସ୍ଥ ଶାସନ ବ୍ୟବସ୍ଥା ପାଇଁ ସ୍ୱର ଉଠାଇଥିଲେ । ବର୍ତ୍ତମାନ ସରକାରଙ୍କ ଅବହେଳା ଏବଂ ବିଫଳତା କାରଣରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି । ମହିଳା, ଯୁବକ, ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଅପରାଧୀମାନଙ୍କ ମନୋବଳ ବୃଦ୍ଧି ପାଉଥିବାବେଳେ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ସରକାର ଗୁରୁତ୍ୱ ଦେଉନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଏପରି ପରିସ୍ଥିତିରେ ରାଜ୍ୟ ସରକାର ତୁରନ୍ତ କଠୋର ପଦକ୍ଷେପ ନେଇ ଲୋକମାନଙ୍କ ଭରସା ପୁନଃସ୍ଥାପନ କରିବା ସହିତ ରାଜ୍ୟରେ ଶାନ୍ତି ଓ ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି । ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ସ୍ପଷ୍ଟ କରିଦେଇଛି ଯେ, ଓଡ଼ିଶାବାସୀଙ୍କ ସୁରକ୍ଷା ଓ ଅଧିକାର ପ୍ରସଙ୍ଗରେ କୌଣସି ପ୍ରକାର ଅବହେଳା ସହିତ ସାଲିସ କରାଯିବ ନାହିଁ ଏବଂ ରାଜ୍ୟବାସୀଙ୍କ ହକ୍ ପାଇଁ ଆନେ୍ଦାଳନ ଆଗାମୀ ଦିନରେ ଆହୁରି ଜୋରଦାର କରାଯିବ । ବିଜେଡିର ଏହି ଘେରାଉ କାର୍ଯ୍ୟକ୍ରମରେ ଏସ୍.କେ.ଅମୀର ଅହମଦ, ସୋଫିଆ ଆଲାମ, ଶୁଭ୍ରଜିତ ପାଢ଼ୀ, ଦୀପକ ଜେନା, ସ୍ମୃତି ପଟ୍ଟନାୟକ, ସତ୍ୟଜିତ ପଟ୍ଟନାୟକ, ଆଶିଷ ସାହୁ, ମନୋଜ ସେନାପତି, ଅରୂପ ଶ୍ରୀଚନ୍ଦନ, ରକି ଦାସ, ସମିମ ଅଖତାର, ତାବି୍ରଜ୍ ଖାନ୍, ଦିବ୍ୟସିଂହ ସେଠୀ, ଶୁଭମ ଶୁଭଦର୍ଶୀ ଖଟୁଆ, ଅମ୍ୱିକା ପ୍ରସାଦ ଦାସ, ସଂଜିତ ମହାନ୍ତି, ସୌମ୍ୟରଞ୍ଜନ ତ୍ରିପାଠୀ, ବିଜୟୀ କେତନ ସାହୁ, ଅଭିନାଶ ଠାକୁର, ଅବିନାଶ ପ୍ରଧାନ, ସ୍ୱାଗତିକା ମହାନ୍ତି, ସୁଚିସ୍ମିତା ବେହେରା, ସୌମ୍ୟସାର୍ଥକ ରାୟ, ମନୋଜ ମହାନ୍ତି, ସୁଦୀପ୍ତ କେଶରୀ ସାମଲ, ଜଗମୋହନ ବଳିୟାରସିଂ, ଶ୍ରୀ ଚନ୍ଦନ ପାତ୍ର, ଜ୍ଞାନ ରଞ୍ଜନ ମାନସିଂ, ଦୀପକ ବେହେରା, ବିଶ୍ୱ ରଞ୍ଜନ ଭୂୟାଁ, ପ୍ରଦୀପ୍ତ ବିଶ୍ୱାଳ, ଚିନ୍ମୟ ପଣ୍ଡା, ବିସ୍ମୟ ଷ୍ଟାଲିନ୍, ମହମ୍ମଦ ସାହିଦୁଲ୍ଲା, ଏସ୍କେ ନୱାଜ୍, ପ୍ରକିତ ଦାସ, ସୌମ୍ୟ ଶ୍ରୀସିଂହ, ଏସ୍କେ ରିହାନ, ଲକ୍ଷ୍ମୀଧର ସାହୁ, ଆଲୋକ, ସହିଦ ଗୁର୍ଫାନ୍, ଜୟଦେବ ପଣ୍ଡା, ସିପୁଲ ସ୍ୱାଇଁ ଓ ଫତିମା ଖତୁନ ପ୍ରମୁଖ ରହିଥିଲେ ।










