28.1 C
Bhubaneswar
Saturday, May 9, 2026
Homeଓଡିଶାଚଳିତ ବର୍ଷ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବନ୍ଦ

ଚଳିତ ବର୍ଷ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତିକୁ ଅନୁରୂପ ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି କମିଟି । ତେବେ ନୀତି ତ୍ୱରାନ୍ବିତ କରିବାକୁ ହେଲେ ନବ ଯୌବନ ଦର୍ଶନ ବନ୍ଦ କରିବାକୁ ନିଷ୍ପତି ହୋଇଛି । ଏହାସହ ନୀତିର ଯଥେଷ୍ଟ ପୂର୍ବରୁ ସେବାୟତମାନେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଏପରି ବଡ଼ ନିଷ୍ପତ୍ତି ନିଆଯାଇଛି। ସେହିପରି ପହଣ୍ଡି ବିଜେ ଦର୍ଶନ ଲାଗି ମଧ୍ୟ ଟିକେଟ ମିଳିବ ନାହିଁ। ଏଥର ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ବିଜେ ହୋଇ ସାରିବା ପରେ ରଥଟଣା ଆରମ୍ଭ ହେବ। ଅପରାହ୍ନ ୫ଟାରେ ରଥଟଣା ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking