28.1 C
Bhubaneswar
Friday, May 8, 2026
Homeଓଡିଶା+୩ ପ୍ରଥମ ପର୍ୟ୍ୟାୟ ମେରିଟ୍‌ ଲିଷ୍ଟ : କଟ୍‌-ଅଫ୍‌ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ

+୩ ପ୍ରଥମ ପର୍ୟ୍ୟାୟ ମେରିଟ୍‌ ଲିଷ୍ଟ : କଟ୍‌-ଅଫ୍‌ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ

ଭୁବନେଶ୍ୱର : ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ୟ୍ୟାୟ ମେରିଟ୍‌ ଲିଷ୍ଟ। ସମସ୍ତ ୩ଟି ଷ୍ଟ୍ରୀମ୍‌- କଳା, ବାଣିଜ୍ୟ ଓ ବିଜ୍ଞାନରେ କଟ୍‌-ଅଫ୍‌ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ ରହିଛି। କଳାରେ ରେଭେନ୍ସାର କଟ୍‌-ଅଫ୍‌ ୮୯.୬୭% (ଭୂଗୋଳ) ରହିଛି। ବାଣିଜ୍ୟରେ ରେଭେନ୍ସାର କଟ୍‌-ଅଫ୍‌ ୮୮.୬୦% ରହିଛି। ରେଭେନ୍ସାର ଫିଜିକ୍ସ କଟ୍‌-ଅଫ୍‌ ୯୧.୧୭% ଓ ଜୁଲୋଜି କଟ୍‌-ଅଫ୍‌ ୯୩.୨୦% ରହିଛି। ଶାସ୍ତ୍ରୀ ଷ୍ଟ୍ରୀମ୍‌ରେ ରାଧାମାଧବ ସଂସ୍କୃତ ଡିଗ୍ରୀ କଲେଜର କଟ୍‌ ଅଫ୍ ସର୍ବାଧିକ ୬୮.୫୭% ରହିଥିବା ବେଳେ ସେଲ୍‌ଫ ଫାଇନାସିଂ ଷ୍ଟ୍ରୀମ୍‌ରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂ ଶାସିତ କଲେଜର କଟ୍‌-ଅଫ୍ ୮୭.୪୦% (ବାୟୋ ଟେକ୍ନୋଲୋଜି) ରହିଛି। ଆଇନ ଷ୍ଟ୍ରୀମ୍‌ରେ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କଟ୍‌ ଅଫ୍ ୮୧ % (୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏ, ଏଲ୍‌ଏଲ୍‌ବି) ରହିଛି। ମନୋନୀତ ଛାତ୍ରଛାତ୍ରୀମାନେ ନାମଲେଖା କାର୍ୟ୍ୟ ସମାପନ କରିବା ପାଇଁ ଆସନ୍ତା ୨୬ରୁ ୨୯ ମଧ୍ୟରେ ରିପୋର୍ଟ କରିବେ। ରାଜ୍ୟରେ ଯୁକ୍ତ ୩ରେ ମୋଟ ୨,୭୪,୩୩୧ଟି ସିଟ୍ ଅଛି। ଏହି ସମସ୍ତ ସିଟ୍ ପାଇଁ ମୋଟ ୨, ୩୭,୭୯୫ ଜଣ ଆବେଦନ କରିଥିଲେ। ପ୍ରଥମ ପର୍ୟ୍ୟାୟରେ ୧,୭୮,୯୭୬ ଜଣଙ୍କୁ ମନୋନୀତ କରାଯାଇଛି। ମନୋନୀତ ଶିକ୍ଷାର୍ଥୀଙ୍କ ମଧ୍ୟରେ ୭୨,୫୫୬ ଜଣ ଛାତ୍ର ଥିବା ବେଳେ ୧,୦୬,୪୧୪ ଜଣ ଛାତ୍ରୀ ଅଛନ୍ତି। ସେହିପରି ୬ ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି।ବିଜ୍ଞାନରେ ନାମ ଲେଖାଇବାକୁ ୪୫,୬୧୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ବେଳେ କଳାରେ ୧,୦୯,୮୫୪ ଜଣ, ବାଣିଜ୍ୟରେ ୧୭,୧୫୬, ଶାସ୍ତ୍ରୀରେ ୩,୫୭୪, ସେଲ୍‌ଫ ଫାଇନାସିଂରେ ୨୬୨୬ ଓ ଆଇନରେ ୧୫୨ ଜଣ ନାମ ଲେଖାଇବାକୁ ମନୋନୀତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking