ଭୁବନେଶ୍ୱର : ଜୟଦେବ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର କର୍ମୀ ତଥା ନେତୃବୃନ୍ଦ ଆଜି ସନ୍ଧ୍ୟା ରେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ରାଜନୈତିକ ପରିସ୍ଥିତି, ସାଂଗଠନିକ ସ୍ଥିତି , ସାମ୍ପ୍ରତିକ ଆଇନ ଶୃଙ୍ଖଳା ପରିସ୍ଥିତି ଓ ବିକାଶ କାମ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀ ରେ ଆଇନ ଶୃଙ୍ଖଳା ପରିସ୍ଥିତି ରେ ଅବନତି ବିଶେଷ କରି ନିକଟରେ ଘଟିଥିବା ଭିଡ଼ ହତ୍ୟା ଘଟଣା ରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଉଦବେଗ ପ୍ରକାଶ କରିଥିଲେ। ଓଡିଶା ପରି ଶାନ୍ତିପ୍ରିୟ ରାଜ୍ୟ ରେ ଏଭଳି ଘଟଣା କୁ ବରଦାସ୍ତ କରାଯିବ ନାହିଁ ବୋଲି କହିବା ସହ ଅପରାଧୀଙ୍କ ବିରୁଦ୍ଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ପଟ୍ଟନାୟକ ଦାବୀ କରିଥିଲେ। ଏଭଳି ପରିସ୍ଥିତିରେ ଜନସାଧାରଣ ବିଶେଷ କରି ମା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ବୋଲି ନେତା ଓ କର୍ମୀ ମାନେ ଶ୍ରୀ ପଟ୍ଟନାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟାନ୍ୟ ବିଷୟ ମାନଙ୍କ ମଧ୍ୟରେ ଜୟଦେବ ରେ ବିଜେଡି ର ସାଂଗଠନିକ ସ୍ଥିତିକୁ କିପରି ଆହୁରି ମଜଭୂତ କରାଯାଇ ପାରିବ,ସେ ସମ୍ପର୍କରେ ଶ୍ରୀ ପଟ୍ଟନାୟକ,ମଧ୍ୟ ମତ ବିନିମୟ କରିଥିଲେ। ଖୁବ ଶୀଘ୍ର ସେ ଜୟଦେବ ଯିବେ ବୋଲି କହିଥିଲେ।ଭୁବନେଶ୍ୱର କେନ୍ଦ୍ର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ସମେତ ଜୟଦେବ ର ନେତା ମାନେ ବିଜେଡି ସଭାପତି ଙ୍କୁ ଭେଟି ଆଲୋଚନା କରିଥିଲେ।










