28.1 C
Bhubaneswar
Sunday, September 29, 2024
Homeଓଡିଶା୪୯ ବର୍ଷ ପରେ ବି ସୁଧୁରୁନି କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

୪୯ ବର୍ଷ ପରେ ବି ସୁଧୁରୁନି କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

  • ସରକାରୀକଳର ଅପବ୍ୟବହାର କରି ଦେଶରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିଲା କଂଗ୍ରେସ
  •  ନିଜକୁ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ରଖିବାକୁ ଇନ୍ଦିରା ଗାନ୍ଧୀ ଗଣତନ୍ତ୍ରର ହତ୍ୟା କରିଥିଲେ
  •  ସମ୍ମିଧାନକୁ ସର୍ବାଧିକ ଥର ଅପମାନିତ କରିଛି କଂଗ୍ରେସ
  •  ମୋଦି ସରକାର ଓଡ଼ିଆଙ୍କୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି
  •  କଂଗ୍ରେସ ଓଡ଼ିଶା ଏବଂ ଓଡ଼ିଆ ବିରୋଧୀ: ଦିଲୀପ ମଲ୍ଲିକ
  •  ଜରୁରୀକାଳିନ ଭୟାବହତା ସମ୍ପର୍କରେ ସାଧାରଣ ନାଗରିକଙ୍କୁ ଅବଗତ କରାଯିବ

ଭୁବନେଶ୍ୱର : ଦେଶରେ ସାଧାରଣ ନିର୍ବାଚନ ସରିଛି । ଅଷ୍ଟାଦଶ ଲୋକସଭା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ତାର ସ୍ୱାର୍ଥ ହାସଲ କରିବା ପାଇଁ ହୀନ ରାଜନୀତି ଆରମ୍ଭ କରିଦେଇଛି । ୪୯ ବର୍ଷ ତଳେ କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ଓ ସମ୍ମିଧାନକୁ ହତ୍ୟା କରିବାକୁ ଚେଷ୍ଟା କରିଥିବାବେଳେ ଏତେ ବର୍ଷେ ପରେ ବି ଉକ୍ତ ଦଳରେ କୌଣସି ସୁଧାର ଆସିନାହିଁ । ଲୋକସଭାରେ ୭ଥର ସଂସଦକୁ ନିର୍ବାଚିତ ହୋଇଥିବା ଏବଂ ୨ଥର ଆଦର୍ଶ ସାଂସଦ ଭାବେ ପୁରସ୍କୃତ ହୋଇଥିବା ଲୋକସଭା ସାଂସଦ ଶ୍ରୀ ଭତୃହରି ମହତାବଙ୍କୁ କଂଗ୍ରେସ ବିରୋଧ କରିଛି । ଶ୍ରୀ ମହତାବଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ଯେତେବେଳେ ମାନନୀୟା ରାଷ୍ଟ୍ରପତି ଘୋଷଣା କଲେ, ତାହାକୁ କଂଗ୍ରେସ ବିରୋଧ କରିଛି । ଏଥିରୁ କଂଗ୍ରେସ ଓଡ଼ିଶା ଏବଂ ଓଡ଼ିଆ ବିରୋଧୀ ବୋଲି ପ୍ରମାଣିତ ହୋଇଥିବା ନେଇ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।

ଭାରତୀୟ ସମ୍ବିଧାନ ଇତିହାସରେ କଂଗ୍ରେସ ଅତୀତରେ ଅନେକ କଳାକାହାଣୀ ଲେଖିଛି । ଆଜକୁ ୪୯ବର୍ଷ ତଳେ ଅର୍ଥାତ୍ ୧୯୭୫ମସିହା ଜୁନ୍‌୨୫ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରୀକଳର ଅପବ୍ୟବହାର କରି ଭାରତରେ ପ୍ରଥମଥର ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିଲେ । ସେ ଗଣତନ୍ତ୍ରକୁ ହତ୍ୟା କରିବା ସହ ମାନବିକ ଅଧିକାରକୁ ମଧ୍ୟ କ୍ଷୁର୍ଣ୍ଣ କରିଥିଲେ । ଦେଶର ସମସ୍ତ ବିରୋଧୀ ଦଳର ନେତୃବୃନ୍ଦକୁ ନେଇ ଜେଲ୍ ଭିତରେ ରଖିଥିଲେ । ୧୯ମାସ ଧରି କଂଗ୍ରେସ ସରକାର ଭାରତରେ ସ୍ୱେଚ୍ଛାଚାରି ଶାସନ ଚଳାଇ ସମ୍ବିଧାନର ମୁଖବନ୍ଧକୁ ପରିବର୍ତନ କରିଥିଲା ବୋଲି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ୧୯୭୧ ନିର୍ବାଚନରେ ଶ୍ରୀମତୀ ଗାନ୍ଧୀ ସରକାରୀକଳର ଅପବ୍ୟବହାର କରି ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ରାଜ ନାରାୟଣଙ୍କୁ ପରାସ୍ତ କରିଥିଲେ ବୋଲି ସେତେବେଳେ କୋର୍ଟ ଆଦେଶ ଦେଇଥିଲା । ନିଜର ସାଂସଦ ପଦ ଉପରେ ଯେତେବେଳେ ପ୍ରଶ୍ନ ଉଠିଲା, ସେତେବେଳେ ଶ୍ରୀମତୀ ଗାନ୍ଧୀ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଓ ପ୍ରଧାନମନ୍ତ୍ରୀ ପଦବୀରେ ରହିବା ପାଇଁ କାହାରି ସଙ୍ଗେ ଆଲୋଚନା ନ କରି ଜରୁରୀକଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏହି ଦିବସକୁ ବିଜେପି “କଳା ଦିବସ” ଭାବେ ପାଳନ କରିଆସିଛି ।
ଗଣତନ୍ତ୍ରର କଥା କହୁଥିବା କଂଗ୍ରେସ ସମ୍ବିଧାନକୁ ସର୍ବାଧିକଥର ଅପବ୍ୟବହାର କରିବା ସହ କ୍ଷତି ପହଂଚାଇଛି । ୩୫୬ ଧାରାର ସର୍ବାଧିକ ଥର ଉପଯୋଗ କରି ନିର୍ବାଚିତ ରାଜ୍ୟ ସରକାରମାନଙ୍କୁ ଏହି ଦଳ ଭାଙ୍ଗିଛି । ଭାରତୀୟ ଜନତା ପାର୍ଟି ଏକ ଦାୟିତ୍ୱ ସମ୍ପର୍ଣ୍ଣ ରାଜନୈତିକ ଦଳ ଭାବେ ସମଗ୍ର ଦେଶବାସୀଙ୍କୁ କଂଗ୍ରେସ ଦଳର ଏହି କଳା କାରନାମା ଲୋକଙ୍କୁ ଅବଗତ କରାଇଛି । ଏନେଇ ଜୁନ୍ ୨୫ତାରିଖ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବିଜେପି ପକ୍ଷରୁ ବୁଦ୍ଧଜୀବୀ ଓ ସାମ୍ବାଦିକ ସମ୍ମିଳନୀ କରାଯିବ । ଯେଉଁମାନେ ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରି ଗିରଫ ହୋଇଥିଲେ, ସେମାନଙ୍କ ଅନୁଭୂତି ପାଠ ସହ ସମ୍ମାନିତ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ଅତୀତରେ ଓଡ଼ିଶାର ବିକାଶ ପାଇଁ ଅର୍ଥର ଆବଶ୍ୟକତା ଥିଲାବେଳେ ତତ୍‌କାଳୀନ କଂଗ୍ରେସ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓଡ଼ିଶା ବିରୋଧି ମାନସିକତାର ପରିଚୟ ଦେଇ “ଟଙ୍କା ଗଛରେ ଫଳେ ନାହିଁ” ବୋଲି କହିଥିଲେ । କଂଗ୍ରେସ ଦଳ ସର୍ବଦା ଓଡ଼ିଶା ଏବଂ ଓଡିଆ ବିରୋଧୀ ମାନସିକତା ରଖିଆସିଛି । ଅପରପକ୍ଷେ ମୋଦି ସରକାର ଓଡ଼ିଶାବାସୀଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅନେକ ଓଡ଼ିଆ ପ୍ରତିଭାମାନଙ୍କୁ ପଦ୍ମପୁରସ୍କାରରେ ସମ୍ମାନିତ କରିଛନ୍ତି । ଓଡ଼ିଶାର ଝିଅ ଆଜି ଭାରତର ସର୍ବପ୍ରଥମ ନାଗରିକ । ମନ୍ତ୍ରୀମଣ୍ଡଳରେ ଓଡ଼ିଆଙ୍କୁ ସର୍ବଦା ଗୁରୁତ୍ୱ ଦିଆଯିବା ସହ ଭାରତର ବିଭିନ୍ନ ବିଭାଗରେ ଓଡ଼ିଆକୁ ସର୍ବୋଚ ପଦବୀରେ ଅବସ୍ଥାପିତ କରାଯାଇଛି । ଓଡ଼ିଶାର ବିକାଶକୁ ବିଜେପି ଗୁରୁତ୍ୱ ଦେଉଥିବାବେଳେ କଂଗ୍ରେସ ତାହା ସହିପାରୁନାହିଁ । ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳର ଦାୟିତ୍ୱ ନେଇ କଂଗ୍ରେସ ଦେଶକୁ ଆଗକ ବଢ଼ିବାର ଚେଷ୍ଟା କରିବା ଆବଶ୍ୟକ ବୋଲି ଶ୍ରୀ ତ୍ରିପାଠି କହିଛନ୍ତି । ଏହି ସାମ୍ବାଦିକ ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking