28.1 C
Bhubaneswar
Sunday, September 29, 2024
Homeଓଡିଶାବନ୍ଦ ଘରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବନ୍ଦ ଘରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବାଲେଶ୍ୱର : ବନ୍ଦ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ତାଳସାରି ସାମୁଦ୍ରିକ ଥାନା ଅନ୍ତର୍ଗତ ସାହାବାଜିପୁର ଗ୍ରାମରେ ଘଟିଛି ଏଭଳି ଅଘଟଣ। ସୂଚନା ମୁତାବକ, ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସିନ୍ଦ୍ରାଣୀ ଥାନା ଅନ୍ତର୍ଗତ କୁଠିବାଡ଼ି ଗ୍ରାମର ମନୋଜିତ ହାଲଦାର ଓ ପୂର୍ବ ମେଦିନୀପୁର ଜିଲ୍ଲାର ଲଛୁବର ଗ୍ରାମର ଶିବପ୍ରସାଦ ଦାସ ସାହାବାଜିପୁର ଗ୍ରାମର ରେଣୁକା ପ୍ରଧାନଙ୍କ ଘରେ ଭଡ଼ା ନେଇ ରହୁଥିଲେ । ଏବଂ ବିଭିନ୍ନ ସମୟରେ ଯୁବତୀମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଥିବା ହୋଟେଲମାନଙ୍କରେ ଅନୈତିକ କାର୍ଯ୍ୟରେ ଲିପ୍ତ କରାଉଥିଲେ । ତେବେ ରବିବାର ସକାଳେ ମନୋଜିତଙ୍କ ଝୁଲନ୍ତା ମୃତଦେହ ଦେଖି ଘରର ମାଲିକାଣୀ ରେଣୁକା ତାଳସାରୀ ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ । କିନ୍ତୁ ଘଟଣାସ୍ଥଳରୁ ମନୋଜିତଙ୍କ ସହେଯାଗୀ ଶିବପ୍ରସାଦ ଫେରାର ହୋଇଯାଇଥିଲେ । ତେବେ ଖବର ପାଇ ତାଳସାରି ସାମୁଦ୍ରିକ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବନ୍ଦ କୋଠରୀ ଭିତରୁ ଭୋଗରାଇ ଅତିରିକ୍ତ ତହସିଲଦାର ଚୈତନ୍ୟ ପ୍ରସାଦ ମୁର୍ମୁଙ୍କ ଉପସ୍ଥିତିରେ ଶବ ଜବତ କରିବା ସହ ଏକ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking