26.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶଗରମ ସାଜିଛି କାଳ ; ମକ୍କାରେ ଗଲାଣି ୧୩୦୧ ହଜ ଯାତ୍ରୀଙ୍କ ଜୀବନ

ଗରମ ସାଜିଛି କାଳ ; ମକ୍କାରେ ଗଲାଣି ୧୩୦୧ ହଜ ଯାତ୍ରୀଙ୍କ ଜୀବନ

ରିୟାଦ: ସାଉଦୀ ଆରବର ମକ୍କା ସହରରେ ଗରମ ସାଜିଛି କାଳ। ଗରମରେ ଏପର୍ଯ୍ୟନ୍ତ ୧୩୦୦ରୁ ଅଧିକ ହଜ୍‌ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଛି। ଏଥିରେ ୯୮ ଜଣ ଭାରତୀୟ ଯାତ୍ରୀ ଥିବା ଜଣାପଡ଼ିଛି। ସାଉଦୀ ଆରବର ସ୍ବାସ୍ଥ୍ୟମନ୍ତ୍ରୀ ଫହଦ ଅଲ-ଜଲାଜେଲ ରବିବାର ଗଣମାଧ୍ୟମକୁ କହିଛନ୍ତି, ହଜ୍‌ ଯାତ୍ରା ସମୟରେ ଏପର୍ଯ୍ୟନ୍ତ ମୋଟ୍‌ ୧୩୦୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ବୟାନ ଆଧାରରେ ସରକାରୀ ଟେଲିଭିଜନରେ ପ୍ରସାରିତ ଖବର ଅନୁସାରେ ପର୍ଯ୍ୟାପ୍ତ ପରିମାଣରେ ଆଶ୍ରୟ ଓ ବିନା ବିଶ୍ରାମରେ ସିଧାସଳଖ ଖରାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା କାରଣରୁ ହଜ୍‌ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ଓ ବହୁବିଧରୋଗରେ ପୀଡିତ ବ୍ୟକ୍ତି ଅଛନ୍ତି। ସେ କହିଛନ୍ତି, ମୃତକମାନଙ୍କ ମଧ୍ୟରୁ ୮୩ ପ୍ରତିଶତ ଲୋକ ତୀର୍ଥ ଯାତ୍ରା ପାଇଁ ଅନୁମତି ପାଇ ନଥିଲେ। ଚଳିତ ବର୍ଷ ମକ୍କାରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିସାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking