31.1 C
Bhubaneswar
Friday, February 13, 2026
Homeଅପରାଧନାଇଟ୍‌ କ୍ଲବରେ ଗୁଳିମାଡ଼ : ୧ ମୃତ, ୭ ଆହତ

ନାଇଟ୍‌ କ୍ଲବରେ ଗୁଳିମାଡ଼ : ୧ ମୃତ, ୭ ଆହତ

ଆମେରିକା : ନାଇଟ୍‌ କ୍ଲବରେ ଫୁଟିଲା ଗୁଳି। ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଆମେରିକାର କେଣ୍ଟକି ସ୍ଥିତ ଲୁଇସଭିଲେରେ ଥିବା ଏକ ନାଇଟ୍‌ କ୍ଲବ୍‌ ବାହାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ପୁଲିସ ସୂଚନା ମୁତାବକ, ଆଜି ଭୋରୁ ଏଚ୍‌-୨୦ ଲାଉଞ୍ଜ ବାହାରେ ଏହି ଗୁଳିମାଡ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁଇ ଜଣ ବ୍ୟକ୍ତି ଗୁଳିମାଡରେ ଆହତ ହୋଇଥିବା ପାଇଥିଲେ। ପରେ ସେଥିମଧ୍ୟରୁ ଜଣଙ୍କୁ ମୃତକ ଘୋଷଣା କରାଯାଇଥିଲା। ଅନ୍ୟ ବ୍ୟକ୍ତି ଜଣକ ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ଡାକ୍ତରୀ କର୍ମଚାରୀ ଜଣାଇଛନ୍ତି ଯେ ଗୁଳି ବିନିମୟରେ ଅନ୍ୟ ୬ ଜଣ ପୀଡିତ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚିଛନ୍ତି। ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ପୁଲିସ କହିଛି। କେଣ୍ଟକି ପୁଲିସ ବିଭାଗର ଜନସୂଚନା ଅଧିକାରୀ ଆରୋନ୍‌ ଏଲିସଙ୍କ କହିବା ଅନୁସାରେ ସମସ୍ତ ୬ ଜଣଙ୍କୁ ଗୁଳି ବାଜି ଥିଲା। ତେବେ କାହିଁକି ଏହି ଗୁଳିମାଡ ହେଲା ଓ ସନ୍ଦିଗ୍ଧ ବ୍ୟକ୍ତି ଜଣକ କିଏ ଏବଂ ଏଥିରେ କେତେ ଜଣ ସାମିଲ ଥିଲେ ସେ ନେଇ ପୁଲିସ କୌଣସି ସୂଚନା ଦେଇନାହିଁ। ଗୁଳିମାଡ଼ ଘଟଣାର ପୂରା ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking