31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ

ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଭୂମିକମ୍ପର ଝଟକା ଅନୁଭୂତ। ଆଜି ସକାଳେ ପୂର୍ବ ଉଚ୍ଚଭୂମିରେ ଥିବା ପାପୁଆ ପ୍ରଦେଶରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଭୂମିକମ୍ପ ପରେ ସୁନାମିର କୌଣସି ଚେତାବନୀ ଦିଆଯାଇ ନାହିଁ। ଇଣ୍ଡୋନେସିଆର ପାଣିପାଗ ବିଭାଗ ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ୭.୧୧ ରେ ଏହି ଭୂମିକମ୍ପ ଘଟିଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୟାଲିମୋ ରେଜେନ୍ସିର ୬୮ କିଲୋମିଟର ଉତ୍ତର-ପୂର୍ବରେ ଏବଂ ପୃଥିବୀ ପୃଷ୍ଠରୁ ୭୮ କିଲୋମିଟର ତଳେ ଥିଲା। ଭୂକମ୍ପରୁ ବଡ଼ ବଡ଼ ତରଙ୍ଗ ସୃଷ୍ଟି ହେବାର ସମ୍ଭାବନା ନାହିଁ, ତେଣୁ ସୁନାମି ଚେତାବନୀ ଦିଆଯାଇ ନାହିଁ। ଅନ୍ୟପକ୍ଷରେ ଭୂମିକମ୍ପ ଅନୁଭୂତ ହେବ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଥିଲା । ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରି ଆସିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking