22.1 C
Bhubaneswar
Friday, February 6, 2026
Homeଅପରାଧଡବଲ ନୁହେଁ , ଟ୍ରିପୁଲ ମର୍ଡର!

ଡବଲ ନୁହେଁ , ଟ୍ରିପୁଲ ମର୍ଡର!

ଭଦ୍ରକ : ଡବଲ ନୁହେଁ ସାମ୍ନାକୁ ଆସିଲା ଟ୍ରିପୁଲ ମର୍ଡର । କାଲି ମା, ଝିଅ ଆଉ ଆଜି ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର । ଦୁଇ ଦିନରେ ୧୪ ବର୍ଷୀୟ ନାବାଳକ ଅତି ବୀଭତ୍ସ ଭାବେ ନେଇଗଲା ୩ ଜୀବନ । ଗତକାଲି ମହିଳା ଓ ତାଙ୍କ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ହତ୍ୟା ଘଟଣାକୁ ନାବାଳକଜଣକ ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଥିବା ବେଳେ ଏହା ପୂର୍ବରୁ ନିଜ ଆଈ ମା’ଙ୍କୁ ବି ହତ୍ୟା କରିଥିବା କହିଥିଲେ। ପୁଲିସ୍‌ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଗତକାଲି ରାଇମଣି ଗାଁ ବିଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଥିଲା। ନାବାଳକଜଣକ ମହିଳାଙ୍କୁ ବଳାତ୍କାର କରୁଥିବା ବେଳେ ଛୋଟ ଛୁଆଟି ଦେଖିଦେବାରୁ ସେ ବି ନାବାଳକର କୋପରୁ ବର୍ତ୍ତି ପାରି ନ ଥିଲା। ଅତି ନିର୍ମମ ଭାବେ ମା’ ଝିଅଙ୍କୁ ହାଣି ଜୀବନ ନେଇଥିଲା ହତ୍ୟାକାରୀ । ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା। ଲୋକଙ୍କୁ ଦେଖି ନାବାଳକଙ୍କ ଘଟଣାସ୍ଥଳକୁ ଖସି ଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ଲୋକମାନେ ଲୋକେ ତାକୁ ଗୋଡେଇ ଗୋଡ଼ାଇ ଧରି ପୁଲିସକୁ ଦେଇଥିଲେ। ନାବାଳକଙ୍କ ସୂଚନା ଅନୁଯାୟୀ, ଆଜି ସକାଳୁ ହତ୍ୟାକାଣ୍ଡ ସ୍ଥଳରୁ କିଛି ଦୂରରୁ ପୁଲିସ୍‌ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଅଭିଯୁକ୍ତ ନାବାଳକଙ୍କ ଆଇ ସୁମତି ମୁଣ୍ଡାଙ୍କର ବୋଲି ଜଣା ପଡିଛି । ଟଙ୍କା ନ ଦେବାରୁ ନାବାଳକଜଣକ ଉତ୍ତ୍ୟକ୍ତ ହୋଇ ନିଜ ଆଇକୁ ମାରିଛି ବୋଲି ସୂଚନା ମିଳିଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ କ’ଣ ପାଇଁ ନାବାଳକଜଣକ ଅତି ବୀଭତ୍ସ ଭାବ ଏପରି ୩ଟି ହତ୍ୟାକାଣ୍ଡ ଘଟାଇଲେ ତାହାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking