21.1 C
Bhubaneswar
Thursday, February 5, 2026
Homeଓଡିଶାଗ୍ରୀଷ୍ମ ଓ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି

ଗ୍ରୀଷ୍ମ ଓ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରୁ ଗ୍ରୀଷ୍ମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବ। ଏହି ସମୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୮ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ। ଏହା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ସମଗ୍ର ରାଜ୍ୟରେ ପହଞ୍ଚାଇବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ୨୬ ତାରିଖରୁ ବର୍ଷା ଆରମ୍ଭ ହେବ। ୨୮ରୁ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସି ଆସିବ। ତେବେ ଆସନ୍ତା ୪/୫ ଦିନ ଗରମ ଓ ଗୁଳୁଗୁଳି କଲବଲ କରିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗରମ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଦିଆଯାଇଛି। ସେହିପରି ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଜାରି ରହିବ।
କିଛି ମାସ ଧରି ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଜୁନ୍‌ ୮ରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଦିନକ ପରେ ଏହା ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଇଛି। ସମଗ୍ର ରାଜ୍ୟବାସୀ ପ୍ରଚଣ୍ଡ ଗରମରେ ଛଟପଟ ହେଉଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking