30.1 C
Bhubaneswar
Saturday, September 28, 2024
Homeଓଡିଶାଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ : ବାଚସ୍ପତି

ଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ : ବାଚସ୍ପତି

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତିଭାବେ ସୁରମା ପାଢୀ ନିର୍ବାଚିତ ହୋଇଛି । ଏକାକୀ ନାମାଙ୍କନ ଦାଖଲ କରିଥିବାବେଳେ ସେ ଆଜି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏଥିସହ ସେ ଆଜି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ସୁରମା ପାଢ଼ୀ ଗୃହ ପରିଚାଳନା କରିଛନ୍ତି । ଏଥିସହ ସେ ନିଜ ବକ୍ତବ୍ୟ ରଖି କହିଛନ୍ତି ଯେ ମୁଁ କେବେ କଳ୍ପନା କରିନଥିଲି ଯେ ଏହି ପଦରେ ବସିବି । ଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ । ମୁଁ ନିଶ୍ଚିତଭାବେ ନିରପେକ୍ଷତା ଅବଲମ୍ବନ କରିବି ବୋଲି କହି ଗୃହର ପରିଚାଳନା ପାଇଁ ସମସ୍ତ ବିଧାୟକଙ୍କ ସହଯୋଗ କାମନା କରିଛନ୍ତି । ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାଛଡ଼ା ବିଜେଡି ବିଧାୟକଦଳ ନେତା ନବନୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ଓ ସିପିଏମ ବିଧାୟକ ଦଳ ସଦସ୍ୟ ମଧ୍ୟ ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking