28.1 C
Bhubaneswar
Tuesday, February 3, 2026
Homeଓଡିଶାକିସାନ ସମ୍ମାନ ନିଧିର ୧୭ ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

କିସାନ ସମ୍ମାନ ନିଧିର ୧୭ ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ବଲାଙ୍ଗୀର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପି.ଏମ କିସାନ ଉତ୍ସବ ଦିବସରେ ପି.ଏମ କିସାନ ସମ୍ମାନ ନିଧିର ୧୭ ତମ କିସ୍ତି ପ୍ରଦାନ କରି ଦେଶର ଚାଷୀଙ୍କୁ ସମ୍ମାନ ଦେଇଛନ୍ତି। ଉତ୍ତର ପ୍ରଦେଶର ବାରଣାସୀ ଠାରେ ଦେଶର ଚାଷୀଙ୍କୁ ସମ୍ମାନ ଦେଇ ଏହି କାର୍ଯ୍ୟକ୍ରମ ବଲାଙ୍ଗୀରରେ ଆୟୋଜନ ହୋଇଥିବା ବେଳେ ସମସ୍ତ ଜିଲ୍ଲା ସଦର ମହକୁମା ଠାରେ ଓ ବ୍ଲକ ସ୍ତରରେ ଏହାର ସିଧା ପ୍ରସାରଣ ଦେଖିଛନ୍ତି ଲକ୍ଷ ଲକ୍ଷ ଚାଷୀ। ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସଭା ପ୍ରକୋଷ୍ଠରେ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଏହି ସିଧା ପ୍ରସାରଣ ଦେଖିବାକୁ ମିଳିଥିଲା। ଏହି ସଭାରେ ମଞ୍ଚାସିନ ଅତିଥି ଭାବେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ,ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଭାତ ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି,ଜଳଛାୟା ପ୍ରକଳ୍ପର ନିର୍ଦ୍ଦେଶକ ମହିଷ ଦାଶ, ଉଦ୍ୟାନ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଭଞ୍ଜ, ,ଆଦି ଉପସ୍ଥିତ ଥିଲେ। ତେବେ ଏହି କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ସୁଧାକର ନନ୍ଦ ପରିଚାଳନା କରିଥିବା ବେଳେ ବଲାଙ୍ଗୀର ଜିଲ୍ଲାର ଶତାଧିକ ଚାଷୀ,କୃଷି କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking