22.1 C
Bhubaneswar
Wednesday, January 22, 2025
Homeଖେଳବିରାଟଙ୍କ ବିନା ଭାରତ ଟି-୨୦ ବିଶ୍ୱକପ୍ ଖେଳିବା ଅସମ୍ଭବ: ଶ୍ରୀକାନ୍ତ

ବିରାଟଙ୍କ ବିନା ଭାରତ ଟି-୨୦ ବିଶ୍ୱକପ୍ ଖେଳିବା ଅସମ୍ଭବ: ଶ୍ରୀକାନ୍ତ

ଚେନ୍ନାଇ:  ପୂର୍ବତନ କ୍ୟାପ୍‌ଟେନ୍ ତଥା ଭାରତୀୟ ଚୟନ କମିଟି ଅଧ୍ୟକ୍ଷ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଟି-୨୦ ବିଶ୍ୱକପ୍ ଟିମ୍‌ରୁ ବିରାଟ କୋହଲିଙ୍କୁ ବାଦ୍ ଦିଆଯିବା ଗୁଜବକୁ ଖାରଜ କରିଛନ୍ତି । କୋହଲି ଶେଷଥର ପାଇଁ ଆଫଗାନିସ୍ତାବ ବିପକ୍ଷ ଟି-୨୦ ସିରିଜ୍ ଖେଳିଥିଲେ । ସେ ଦୁଇଟି ମ୍ୟାଚ୍‌ରେ ୨୯ ରନ୍ କରିଥିଲେ । ସୂଚନାଯୋଗ୍ୟ, ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍‌ରେ ସ୍ଥାନ ମିଳିବ ନାହିଁ ବୋଲି ଗତ କିଛିଦିନ ହେବ ଖବର ପ୍ରକାଶିତ ହେଉଛି । ମାତ୍ର ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ ସମିତି କୋହଲି ଏବଂ କ୍ୟାପ୍‌ଟେନ୍ ରୋହିତ ଶର୍ମାଙ୍କୁ ଟି-୨୦ ସ୍କ୍ୱାଡ୍‌ରେ ସାମିଲ କରିବା ନେଇ ସ୍ପଷ୍ଟ କରିସାରିଛି, ଯାହାକୁ ଶ୍ରୀକାନ୍ତ ମଧ୍ୟ ସମର୍ଥନ କରିଛନ୍ତି । ଶ୍ରୀକାନ୍ତ ଟିମ୍‌ର ସଫଳତା କୋହଲିଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ କହିବା ସହିତ ଗତ ଟି-୨୦ ବିଶ୍ୱକପ୍‌ରେ ତାଙ୍କ ପ୍ରଦର୍ଶନ ଉପରେ ଆଲୋକପାତ କରିଛନ୍ତି । ଭାରତକୁ ସେମିଫାଇନାଲ୍‌ରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ଶ୍ରୀକାନ୍ତ ନିଜ ୟୁ-ଟ୍ୟୁବ୍ ଶୋ’ରେ କହିଛନ୍ତି, କୋହଲିଙ୍କ ବିନା ଟି-୨୦ ବିଶ୍ୱକପ୍‌ରେ ଖେଳିବା ସମ୍ଭବ ନୁହେଁ । ସେ ହିଁ ଟିମ୍‌କୁ ୨୦୨୨ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍‌ରେ ପହଞ୍ଚାଇଥିଲେ ଏବଂ ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍ ହୋଇଥିଲେ । ତାଙ୍କୁ ନେଇ ଗୁଜବ ପ୍ରସାର କରାଯାଉଛି ବୋଲି ଶ୍ରୀକାନ୍ତ କହିଛନ୍ତି । ପୂର୍ବତନ ଭାରତୀୟ କ୍ୟାପ୍‌ଟେନ୍ ଆହୁରି କହିଛନ୍ତି ଯେ ‘ଯଦି ଭାରତକୁ ଟି-୨୦ ବିଶ୍ୱକପ୍ ଜିତିବାର ଅଛି ତେବେ ବିରାଟ କୋହଲିଙ୍କ ଟିମ୍‌ରେ ରହିବା ଜରୁରୀ ।’ ଟି-୨୦ରେ କୋହଲିଙ୍କ ଷ୍ଟ୍ରାଇକ୍ ରେଟ୍ ଉପରେ ଆଲୋଚନା କରି ଆବଶ୍ୟକତା ଅନୁସାରେ ଏହି ଷ୍ଟାର୍ ବ୍ୟାଟର୍‌ଙ୍କ ଖାପ ଖୁଆଇବା କ୍ଷମତାର ଶ୍ରୀକାନ୍ତ ପ୍ରଶଂସା କରିଛନ୍ତି । ଗତ ଟି-୨୦ ବିଶ୍ୱକପ୍‌ରେ ଶୀର୍ଷ ସ୍କୋରର୍ ଭାବେ ଉଭା ହୋଇଥିବା କୋହଲିଙ୍କ ପ୍ରଦର୍ଶନ ପ୍ରତି ଦୃଷ୍ଟି ଆକର୍ଷଣ କରି ବ୍ୟାଟିଂ କ୍ରମରେ ଜଣେ ବିଶ୍ୱସନୀୟ ଖେଳାଳିଙ୍କ ଉପସ୍ଥିତିର ମହତ୍ତ୍ୱ ଉପରେ ଶ୍ରୀକାନ୍ତ ଗୁରୁତ୍ୱାରୋପ କରିଛନ୍ତି । ଏହା ସହିତ ୱେଷ୍ଟଇଣ୍ଡିଜ୍‌ର ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଆମକୁ ବିରାଟ କୋହଲିଙ୍କ ପରି ବ୍ୟାଟର୍‌ଙ୍କ ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking