24.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶସାମ୍ବାଦିକ ସୌମ୍ୟ ବିଶ୍ୱନାଥନ୍ ହତ୍ୟା ମାମଲା; ୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ସାମ୍ବାଦିକ ସୌମ୍ୟ ବିଶ୍ୱନାଥନ୍ ହତ୍ୟା ମାମଲା; ୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ଟିଭି ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ୍‌ଙ୍କ ହତ୍ୟା ମାମଲାରେ ଶନିବାର ଦିଲ୍ଲୀର ଏକ ଅଦାଲତ ୪ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ପଞ୍ଚମ ଦୋଷୀକୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ଅପରାଧ ବିରଳରୁ ବିରଳତମ ଶ୍ରେଣୀରେ ପଡୁନାହିଁ, ତେଣୁ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଇନାହିଁ । ରବି କପୁର, ଅମିତ ଶୁକ୍ଳା, ବଲଜିତ ମଲିକ ଏବଂ ଅଜୟ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସେମାନଙ୍କୁ ସହାୟତା କରିଥିବାରୁ ପଞ୍ଚମ ଦୋଷୀ ଅଜୟ ସେଠୀକୁ ୩ ବର୍ଷ ପାଇଁ ସାଧାରଣ ଜେଲ୍ ଦଣ୍ଡାଦେଶ ହୋଇଛି ।

ସୂଚନାଯୋଗ୍ୟ, ଇଂରାଜୀ ନ୍ୟୁଜ୍ ଚାନେଲ୍ ‘ହେଡ୍‌ଲାଇନ୍ ଟୁଡେ’ରେ କାମ କରୁଥିବା ସାମ୍ବାଦିକା ସୌମ୍ୟା ୨୦୦୮ ସେପ୍ଟେମ୍ବର ୩୦ ତାରିଖ ଭୋର୍ ସମୟରେ କାମ ସାରି ଦିଲ୍ଲୀର ବସନ୍ତକୁଞ୍ଜ ଘରକୁ ଫେରୁଥିବା ବେଳେ ନେଲ୍‌ସନ୍ ମାଣ୍ଡେଲା ମାର୍ଗରେ ଅଭିଯୁକ୍ତମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ । ଚଳିତ ବର୍ଷ ଅକ୍ଟୋବର ୧୮ରେ କୋର୍ଟ ଚାରି ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୦୨ (ହତ୍ୟା) ଏବଂ ମହାରାଷ୍ଟ୍ର ସଙ୍ଗଠିତ ଅପରାଧ ନିୟନ୍ତ୍ରଣ ଆଇନ (ମକୋକା) ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking