27.1 C
Bhubaneswar
Saturday, July 27, 2024
Homeଅପରାଧଜନ୍ମଦିନରେ ଦୁବାଇ ନନେବାରୁ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ଜନ୍ମଦିନରେ ଦୁବାଇ ନନେବାରୁ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ପୁଣେ: ଜନ୍ମଦିନ ପାଳନ ପାଇଁ ଦୁବାଇ ନେବାକୁ ମନା କରିବାରୁ ପତ୍ନୀଙ୍କ ମୁଥ ମାଡ଼ରେ ଜଣେ ୩୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ପୁଣେର ୱାନାବଡି ଅଞ୍ଚଳରେ ଥିବା ଏକ ପୋଶ୍ ଆବାସିକ ସୋସାଇଟିର ଆପାର୍ଟମେଣ୍ଟ୍‌ରେ ଶୁକ୍ରବାର ଏହି ଘଟଣା ଘଟିଥିଲା । ନିର୍ମାଣ ଶିଳ୍ପରେ ବ୍ୟବସାୟ କରୁଥିବା ନିଖିଲ ଖାନ୍ନା ନାମକ ଜଣେ ବ୍ୟବସାୟୀ ପତ୍ନୀ ରେଣୁକା (୩୮)ଙ୍କ ସହ ସୋସିଇଟିର ଏକ ଆପାର୍ଟମେଣ୍ଟ୍‌ରେ ରହୁଥିଲେ । ପତ୍ନୀ ରେଣୁକାଙ୍କ ଜନ୍ମଦିନ ପାଳନ ପାଇଁ ନିଖିଲ ତାଙ୍କୁ ଦୁବାଇ ନେବାକୁ ମନା କରିବା ସହିତ ତାଙ୍କୁ ଦାମୀ ଉପହାର ମଧ୍ୟ ଦେଇନଥିଲେ ।

ଏହା ବ୍ୟତୀତ କେତେକ ସମ୍ପର୍କୀୟଙ୍କ ଜନ୍ମଦିନ ପାଳନ ପାଇଁ ନିଖିଲ ତାଙ୍କୁ ଦିଲ୍ଲୀ ଯିବାକୁ ଅନୁମତି ମଧ୍ୟ ଦେଇନଥିଲେ । ଏହାକୁ ନେଇ ଶୁକ୍ରବାର ଅପରାହ୍ଣରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ନିଖିଲଙ୍କ ମୁହଁକୁ ରେଣୁକା ଏକ ମୁଥ ମାରିଥିଲେ । ପୁଲିସ୍ ଅନୁସାରେ ମୁଥ ଏତେ ଜୋର୍‌ଦାର ଥିଲା ଯେ ନିଖିଲଙ୍କ ନାକ ଓ କିଛି ଦାନ୍ତ ଭାଙ୍ଗିଯାଇଥିଲା । ପ୍ରବଳ ରକ୍ତସ୍ରାବ ହେବାକୁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ରେଣୁକା ବିରୋଧରେ ଆଇପିସିର ଧାରା ୩୦୨ରେ ମାମଲା ରୁଜୁ କରିବା ସହିତ ତାଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking