28.1 C
Bhubaneswar
Friday, July 19, 2024
Homeଦେଶ ବିଦେଶପ୍ରଶ୍ନ ପାଇଁ ଲାଞ୍ଚ ମାମଲା; ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ

ପ୍ରଶ୍ନ ପାଇଁ ଲାଞ୍ଚ ମାମଲା; ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଏହି ତଦନ୍ତ ଫଳାଫଳ ଆଧାରରେ ଏଜେନ୍ସି ମହୁଆଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବ କି ନାହି ତାହା ସ୍ଥିର କରିବ । ପ୍ରାଥମିକ ତଦନ୍ତରେ ସିବିଆଇ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ କିମ୍ବା ଚଢ଼ଉ କରିପାରିବ ନାହିଁ । କିନ୍ତୁ ଏଜେନ୍ସି ତଥ୍ୟ ମାଗିପାରିବ, କାଗଜପତ୍ର ଯାଞ୍ଚ କରିପାରିବ ଏବଂ ତୃଣମୂଳ ସାଂସଦଙ୍କୁ ପଚରାଉଚରା ମଧ୍ୟ କରିପାରିବେ ।

ଯେହେତୁ ଲୋକପାଳଙ୍କ ନିର୍ଦ୍ଦେଶ ଆଧାରରେ ଏହି ତଦନ୍ତ ଆରମ୍ଭ ହୋଇଛି, ତେଣୁ ଏହି ରିପୋର୍ଟ ଦୁର୍ନୀତି ନିବାରଣ ସଂସ୍ଥାକୁ ପ୍ରଦାନ କରାଯିବ । ସୁପ୍ରିମ୍ କୋର୍ଟର ଓକିଲ ଜୟ ଅନନ୍ତ ଦେହାଦରାଇ ଅଭିଯୋଗ କରିଥିଲେ ଯେ ମହୁଆ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଇଛନ୍ତି । ଏ ନେଇ ଓକିଲ ଦେହାଦରାଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ମଧ୍ୟ ଚିଠି ଲେଖିଥିଲେ ଏବଂ ଦୁବେଙ୍କ ଅଭିଯୋଗ ଆଧାରରେ ବାଚସ୍ପତି ଓମ୍ ବିର୍ଲା ଏହି ମାମଲାକୁ ନୈତିକତା କମିଟିକୁ ପଠାଇଥିଲେ ।

ଶ୍ରୀ ଦୁବେ ଲୋକପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ । ପ୍ୟାନେଲ୍‌କୁ ପଠାଇଥିବା ଏକ ସତ୍ୟପାଠରେ ଦାବି କରିଛନ୍ତି ଯେ ସିଧାସଳଖ ପ୍ରଶ୍ନ ପୋଷ୍ଟ୍ ପାଇଁ ତୃଣମୂଳ ସାଂସଦ ନିଜ ସଂସଦୀୟ ଇ-ମେଲ୍ ଆଇଡିର ଲନ୍‌ଇନ୍ ଏବଂ ପାସ୍‌ୱାର୍ଡ ତାଙ୍କୁ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking