22.1 C
Bhubaneswar
Wednesday, January 15, 2025
Homeଓଡିଶାଓଡିଶା ମୋ ପରିବାର ସହଯୋଗରେ ଆନ୍ଧ୍ରପ୍ରଦେଶରୁ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାର

ଓଡିଶା ମୋ ପରିବାର ସହଯୋଗରେ ଆନ୍ଧ୍ରପ୍ରଦେଶରୁ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାର

ଓଡିଶା ଫେରିବା ପରେ ଭୁବନେଶ୍ଵର ରେଳଷ୍ଟେସନରେ ସ୍ବାଗତ

ଭୁବନେଶ୍ଵର- – ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ସେଠାରେ ନିର୍ଯ୍ୟାତିତ ହେଉଥିବା ସୁନ୍ଦରଗଡ ଜିଲ୍ଲାର ୮ ଜଣ ମହିଳାଙ୍କ ସମେତ ୧୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ନେଇ ଖବର ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବଗତ ହେବା ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାରକରି ଓଡିଶା ଫେରାଇ ଆଣିବାକୁ ଓଡିଶା ମୋ ପରିବାର ନିର୍ଦ୍ଦେଶାଳୟକୁ ପରାମର୍ଶ ଦେଇଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଆନ୍ଧ୍ରପ୍ରଦେଶ ସରକାର, ଶ୍ରମ ଓ କର୍ମଚାରୀ, ରାଜ୍ୟଵୀମା ବିଭାଗ ସହିତ ସମନ୍ଵୟ ରକ୍ଷାକରି ସେମାନଙ୍କୁ ଓଡିଶା ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ । ଏହାପରେ ସେମାନଙ୍କ ଫେରିବା ନେଇ ସମସ୍ତ ବାଟ ଫିଟିଥିଲା ।ଆଜି ଏଗାର ଜଣ ଶ୍ରମିକ ଭୁବନେଶ୍ଵର ରେଳଷ୍ଟେସନରେ ପହଞ୍ଚିବାପରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଵତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ପ୍ରୀତିଶ ପଣ୍ଡା ସେମାନଙ୍କୁ ସ୍ୱାଗତ କରିଥିଲେ । ଓଡିଶା ଫେରିଥିବା ଶ୍ରମିକମାନେ ସେମାନଙ୍କୁ ସୁରକ୍ଷିତ ଭାବେ ଓଡିଶା ଫେରାଇ ଆଣିବାରେ ସମସ୍ତ ସହଯୋଗ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ମୋ ପରିବାର ନିର୍ଦେଶାଳୟର ନିର୍ଦେଶକ ଓ ତାଙ୍କ ଟିମ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟଵୀମା ବିଭାଗ ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking