28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପରିବାର ସାମ୍ନାରେ ମହିଳାଙ୍କୁ ଗଣଦୁଷ୍କର୍ମ ଆଉ ତାପରେ ହେଲା କିଛି ଏପରି.... 

ପରିବାର ସାମ୍ନାରେ ମହିଳାଙ୍କୁ ଗଣଦୁଷ୍କର୍ମ ଆଉ ତାପରେ ହେଲା କିଛି ଏପରି…. 

ହରିଆଣା : ହରିଆଣାର ପାନିପତରେ ଘଟିଛି ଏକ ଲଜ୍ଜାଜନକ ଘଟଣା। ପରିବାର ଲୋକଙ୍କ ସମ୍ମୁଖରେ ହିଁ ୪ ଜଣ ଅଜ୍ଞାତ ଲୋକ ମିଶି ୩ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଶେଷରେ ସୁନା ଗହଣା ଓ ଟଙ୍କା ପଇସା ଲୁଟି ଫେରାର୍ ମାରିଛନ୍ତି।

ପୁଲିସ ପକ୍ଷରୁ ମିଳିଥିବା ସ୍ୱଚନାନୁସାରେ ବୁଧବାର ବିଳମ୍ବିତ ରାତିର ଏକ ଘଟଣା। ଅଭିଯୁକ୍ତମାନେ ଛୁରି ଏବଂ ଅନ୍ୟାନ୍ୟ ଅସ୍ତ୍ର ମୁନ‌ରେ ଏପରି କାଣ୍ଡ କରିଛନ୍ତି। ୪ ଜଣ ଦୁର୍ବୃତ୍ତ ଅଚାନକ ଆସି ପୀଡ଼ିତାମାନଙ୍କ ପରିବାରରେ ପଶି ଯାଇଥିଲେ। ସେମାନେ ପ୍ରଥମେ ପରିବାରର ଲୋକମାନଙ୍କୁ ଦଉଡ଼ିରେ ବାନ୍ଧି ଦେଇ ୩ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଜାଣିବାକୁ ମିଳିଛି ଯେ ଦୁବୃର୍ତ୍ତମାନେ ଦୁଷ୍କର୍ମ କରିବା ପରେ ମହିଳାମାନେ ପିନ୍ଧିଥିବା ଅଳଙ୍କାରକୁ ଖୋଲି ନେଇ ଯାଇଥିଲେ। ଗ୍ୟାଙ୍ଗରେପ୍ ଅଭିଯୋଗ କରିଥିବା ମହିଳାଙ୍କ ପୂରା ପରିବାରକୁ ଲାଗିଛି ଝଟକା। ଏହି ପରିବାର ହରିୟାଣାର ପାନିପତରେ  ରହି ଅନେକ ବର୍ଷ ପର୍ଯ୍ୟନ୍ତ କରୁଛନ୍ତି ମଜୁରି କାମ।

ତେବେ ସେହି ଦିନ ଘଟିଛି ଆଉ ଏକ ଘଟଣା। ଏହି ଗଣଦୁର୍ଷ୍କରୁ ପ୍ରାୟ ୧ କିଲୋମିଟର ଦୂରରେ ଅନ୍ୟ ଜଣେ ଅସୁସ୍ଥ ମହିଳାଙ୍କ ଉପରେ ବି ଆକ୍ରମଣ ହୋଇଛି। ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି। ମହିଳାଙ୍କ ସ୍ବାମୀଙ୍କଠାରୁ ଲୁଟ୍‌ କରି ଅଭିଯୁକ୍ତମ‌ାନେ ଟଙ୍କା ଓ ମୋବାଇଲ୍‌ ନେଇ ଫେରାର୍‌ ମାରିଛନ୍ତି।

ତେବେ ଏହି ଦୁଇଟି ଘଟଣା ଗୋଟାଏ ଦଳ କରିଛନ୍ତି କି ନୁହେଁ ତାହା ପରେ ଜଣାପଡ଼ିବ। ଅଭିଯୁକ୍ତମାନେ ମୁହଁରେ ରୁମାଲ ବାନ୍ଧିଥିବାରୁ ଦ୍ୱିତୀୟ ମହିଳା ଜଣକ ସେମାନଙ୍କୁ ଚିହ୍ନି ପାରିନାହାନ୍ତି। ପୁଲିସ୍‌ ଏବେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେ ଏ ପର୍ଯ୍ୟନ୍ତ ଧରା ପଡ଼ି ନାହାନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking