ପୁରୀ :ଆସନ୍ତା୨୦ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।ଚଳିତବର୍ଷଲକ୍ଷାଧିକଭକ୍ତଙ୍କଗହଣରେ ଅନୁଷ୍ଠିତ ହେବ ଘୋଷଯାତ୍ରା । ତେବେ ଠାକୁରଙ୍କଯାତ୍ରା ଓ ନୀତିକାନ୍ତି ମୁଖ୍ୟ । ମାତ୍ର ମହାପ୍ରଭୁଙ୍କ ଯାତ୍ରା ସହ ନୀତିକାନ୍ତି କିଭଳି ସଠିକ୍ ସମୟରେ ସମାପନ ହେବ ଏବଂଲକ୍ଷାଧିକଭକ୍ତସୁବିଧାରେ ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଫେରିବେ ତାହା ପ୍ରଶାସନ ଲାଗିବଡଚ୍ୟାଲେଞ୍ଜ । ହେଲେଏହାକୁ ଶୁଙ୍ଖ ଳିତ କରିବା ଲାଗି ଜିଲ୍ଲାପ୍ରଶାସନଉଦ୍ୟମ ଜାରି ରଖିଛନ୍ତି ।ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେଶ୍ରୀମନ୍ଦିରପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ବିଶେଷ ଭାବରେରଥ ଯାତ୍ରା ସମୟରେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ ଠାରୁ ଆରମ୍ଭ କରି ଭକ୍ତନିବାସରେ ଶ୍ରଦ୍ଧାଳୁମାନେ ଯେଭଳି ସୁବିଧାରେରହିପାରିବେ ।ତତ୍ ସହିତସୁବିଧାରେ ଯେଭଳି ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ମିଳିବ ସେ ନେଇବିସ୍ତୁତଭାବରେଆଲୋଚନା କରିଛନ୍ତି ।ଯେଉଁଥିରେକିଛି ସମସ୍ୟା ନ ହେବ ତାହା ଉପରେ ଗୁରୁତ୍ୱ ଦେବାକୁ ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ପରିଚାଳନା କମିଟି ସଦସ୍ୟ ଯାତ୍ରା ଓ ଠାକୁରଙ୍କ ନୀତିକାନ୍ତି କିଭଳି ସଠିକ୍ ସମୟରେ ସମାପନ ହେବ ତାହା ଉପରେ ଗୁରୁତ୍ୱ ଦେବାକୁପରାମର୍ଶ ଦେଇଛନ୍ତି । ସେହିପରି ଘୋଷଯାତ୍ରାକୁ ୧୨ଦିନ ବାକି ରହିଥିବା ବେଳେ ଟ୍ରାଫିକ୍ କଟକଣା ପୋଲିସଲାଗିବଡଚ୍ୟାଲେଞ୍ଜ । ତେଣୁ ଏନେଇ ଆଜି ଏସ୍ପି କନୱାର ବିଶାଲ ସିଂ ତାଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ଛତିଶାନିଯୋଗର ସମସ୍ତକର୍ମକର୍ତ୍ତାମାନେଉପସ୍ଥିତ ରହିଥିଲେ ।ବିଶେଷଭାବରେଯାତ୍ରା ସମୟରେ ମୁତୟନ ହୋଇଥିବା ପୋଲିସ ଅଧିକାରୀମାନେ କିଭଳି ସେବାୟତମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ଯାତ୍ରା ସମୟରେ ଯେପରି ଟ୍ରାଫିକ୍ ପରିଚାଳନାରେ ସେବାୟତମାନେ ଅସୁବିଧାରେ ନ ପଡିବେ ସେ ନେଇ ଏସ୍ପି ଶ୍ରୀ ସିଂ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।
ବିଶେଷ ଭାବରେ ରଥଯାତ୍ରାଦିନଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଥିବା ସେବାୟତସାହି ଗୁଡିକରେ ବ୍ୟାରିକେଡ କିଭଳି କରାଯିବ । ଏହି ସମୟରେ ସେବାୟତଙ୍କ ସହତାଙ୍କ ପରିବାର ସଦସ୍ୟମାନେ ଯିବାଆସିବା ସମୟରେ ଅସୁବିଧା ନ ହେବ ତାହା ଉପରେ ବିସ୍ତୁତ ଭାବରେ ଆଲୋଚନା ହୋଇଥିଲେ ।
ଶେଷରେ ନିଯୋଗର ସମସ୍ତ ସଦସ୍ୟମାନେ ଆଲୋଚନାରେ ସହମତି ପ୍ରକାଶ କରିଥିଲେ । ଯାତ୍ରାକୁ ଶୁଙ୍ଖଳିତ ଭାବେ ସମାପନ କରିବାକୁ ସମସ୍ତଙ୍କ ସହୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ । ଅନ୍ୟପକ୍ଷରେ ଦେବସ୍ନାନପୂଣ୍ମିମା କୁ ଅତ୍ୟନ୍ତ ଶୁଙ୍ଖଳିତ ଭାବେ ସମାପନ କରିଥିବାରୁ ସେବାୟତଙ୍କୁ ଧନ୍ୟବାଦ ଦେଇଥିଲେ ଏସ୍ପି । ଏହି ବୈଠକରେଅତିରିକ୍ତ ଏସ୍ପିମିହିରକୁମାରପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।