24.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ କଟକଣା ଲଗାଇଲା ରୁଷ, ୫୦୦ ଜଣ ଆମେରିକୀୟଙ୍କ...

ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ କଟକଣା ଲଗାଇଲା ରୁଷ, ୫୦୦ ଜଣ ଆମେରିକୀୟଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଟିନ

ନୂଆଦିଲ୍ଲୀ: ଓବାମାଙ୍କୁ ରୁଷ ମନା । ଏଣିକି ରୁଷ ପ୍ରବେଶ ଉପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ପ୍ରତିବନ୍ଧକ ଲାଗିଛି । ଖାଲି ଓବାମା ନୁହେଁ ଓବାମାଙ୍କ ସହ ୫୦୦ ଜଣ ଆମେରିକୀୟଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗିଛି । ଆମେରିକା ତରଫରୁ ରୁଷ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଜବାବରେ ଏପରି ନିଷ୍ପତି ରୁଷ ସରକାର ନେଇଛନ୍ତି । ଦୀର୍ଘ ଦିନ ଧରି ଆମେରିକା ଓ ରୁଷିଆ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଛି । ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରଠାରୁ ଆମେରିକା ରୁଷ ଉପରେ ଉଭୟ କୂଟନୈତିକ ଓ ଅର୍ଥନୈତିକ ଚାପ ମଧ୍ୟ ଅନେକଥର ପକାଇଛି । ଆମେରିକା ୟୁକ୍ରେନକୁ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ବହୁବାର ଅଭିଯୋଗ ଆଣିଛି ରୁଷ । ଏକ ଜାତୀୟ ଗଣମାଧ୍ୟମ ଅନୁସାରେ ରୁଷ ମନ୍ତ୍ରାଳୟ ଏକ ବୟାନରେ କହିଛି କି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ଓ ତାଙ୍କ ସହ ଯାଉଥିବା ମିଡିଆକୁ ଆମେରିକା ଯାତ୍ରା ପାଇଁ ଭିସା ଦେବା ପାଇଁ ଗତମାସରେ ଆମେରିକା ମନା କରିଦେଇଥିଲା । ଶୁକ୍ରବାର ଆମେରିକା ଅନେକ ରୁଷ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କୁ ବ୍ୟାନ୍ କରିଥିଲା । ଆଉ ଯାହାପରଠାରୁ ମସ୍କୋ ଆମେରିକାକୁ କଡା ଜବାବ ଦେବା ପାଇଁ ଅନାଇବସିଥିଲା । ସେହିପରି ବାଇଡେନ୍ ପ୍ରଶାସନ ନିୟମିତ ରୁଷ ବିରୋଧୀ କଟକଣାର ଜବାବ ସ୍ୱରୂପ ଏବେ କାଯ୍ୟାନୁଷ୍ଠାନ ନେଇଥିବା ନେଇ ରୁଷ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking