29.1 C
Bhubaneswar
Friday, February 7, 2025
Homeଓଡିଶାଓଡିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି

ଓଡିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର : ଆସନ୍ତାକାଲି ୨ ଦିନିଆ ଓଡିଶା ଗସ୍ତରେ  ଆସୁଛନ୍ତି ସିଂହାପୁରର ରାଷ୍ଟ୍ରପତି ସନମୁଗ ରତ୍ନମ ।  ଦିନ ୧୧ଟା ୪୫ ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ  ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀଙଅକୁ ଭେଟିବାର କାଯ୍ୟକ୍ରମ ରହିଛି । ସେହିଭଳି ଅପରାହ୍ନ ୪ଟାରେ  ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ  ରାଜ୍ୟ ସରକାରଙ୍କ ସହିତ ବୁଝାମଣା  ପତ୍ର ସ୍ୱାକ୍ଷରିତ କରିବେ । ତା ସହ ୱାଲ୍ଡ ସ୍କିଲ ସେଣ୍ଟର ମଧ୍ୟ ବୁଲି ଦେଖିବେ ସିଙ୍ଗାପୁର ରାଷ୍ଟ୍ରପତି । ସେହିପରି ୧୮ ତାରିଖରେ  ରଘୁରାଜପୁର ହେରିଟେଜ  ମଧ୍ୟ ବୁଲି ଦେଖିବେ ।  ପରେ କୋଣାର୍କ ସୂଯ୍ୟ ମନ୍ଦିର ମଧ୍ୟ ପରିଦର୍ଶନ କରିବେ । ଅପରାହ୍ନରେ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକରେ ଟିକା ପ୍ରସ୍ତୁତ କେନ୍ଦ୍ର ବୁଲି  ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ । ୧୭ ଓ ତାରିଖ ଗସ୍ତ ପାଇଁ  କମିଶନରେଟ ପୋଲିସର କଟକଣା । ସିଙ୍ଗାପୁର ରାଷ୍ଟ୍ରପତିଙ୍କ  କାରକେଡ ଯିବା ବେଳେ ଅନ୍ୟ ଗାଡି ମନା । ଏୟାରପୋର୍ଟ ଛକ , ଏଜି , ରାଜଭବନ, ଓୟୁଟି, ରାଜଭବନ , ଓୟୁଟି , ରାଜଭବନ ଛକ ପାଇଁ  କଟକଣା । ଡେଲ୍ଟା ଛକ , ଫାୟାରଷ୍ଟେସନ , ବରମୁଣ୍ଡା ଫ୍ଲାଏ ଓଭର ପାଇଁ କଟକଣା ରହିଛି । ସକାଳ ୧୦ଟା ୫୦ରୁ ୧୧ଟା ୪୦ , ପୁଣି  ୨ଟା ୪୦ରୁ ୩ଟା ୨୦ରେ କଟକଣା  ରହିଛି । ସନ୍ଧ୍ୟା ୫ଟା ୨୦ରୁ ୬ଟା , ଟା ୧୫ରୁ ଟା ୩୫  ୮ଟା ୫୦ରୁ ୯ଟା ୨୦ ବାରଣ କରାଯାଇଛି । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତ  ପାଇଁ  ଟ୍ରାଫିକ କଟକଣା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking