28.1 C
Bhubaneswar
Friday, September 25, 2026
Homeଓଡିଶାସଂସ୍କୃତ ଅଧ୍ୟାପକ ସଂଘର ପ୍ରଥମ ବୈଠକ

ସଂସ୍କୃତ ଅଧ୍ୟାପକ ସଂଘର ପ୍ରଥମ ବୈଠକ

ଯାଜପୁର : ରବିବାର ମାଆ ତାରିଣୀ ମହାବିଦ୍ୟାଳୟ ରେ ଓଡିଶା ରାଜ୍ୟ ସଂସ୍କୃତ ଅଧ୍ୟାପକ ସଂଘ ଯାଜପୁର ଶାଖା ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଯସନଗରର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ଯ ପ୍ରାଧ୍ୟାପକ ଶ୍ରୀ ଯୁକ୍ତ ଅମୂଲ୍ୟ କୃଷ୍ଣ ପାଢ଼ୀ ସଭାପତିତ୍ବ କରିଥିଲା ବେଳେ ମା ତାରିଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡଃ ଚନ୍ଦ୍ରକାନ୍ତ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ । ମୁଖ୍ୟ ସଂଯୋଜକ ମା ତାରିଣୀ ମହାବିଦ୍ୟାଳୟ ର ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ଯ ଡଃ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା ଏହି ସଭା ରେ ସଂସ୍କୃତ ହେଉଛି ସବୁ ଭାଷାର ଜନନୀ ଏବଂ ସଂସ୍କୃତ ଭାଷାକୁ ଜାଣିଲେ ହିଁ ଜାଣେ ଭାରତୀୟ ସଂସ୍କୃତି କୁ ଜାଣିପାରିବ ବୋଲି ମତ ପ୍ରକାଶ ପାଇଥିଲା। ସମ୍ମାନିତ ଅତିଥି ଇଂରାଜୀ ବିଭାଗ ର ବିଭାଗୀୟ ମୁଖ୍ୟ ଶ୍ରୀ ଯୁକ୍ତ ମଦନମୋହନ ପାତ୍ର ସଂସ୍କୃତ ବଞ୍ଚିଲେ ସଂସ୍କୃତି ବଞ୍ଚିବ ବୋଲି ଦୃଢ଼ ମତ ପୋଷଣ କରିଥିଲେ। ପ୍ରଥମେ ସଭାପତି ଓ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ଅଧ୍ୟାପକ ଅଭିମନ୍ୟୁ ପଣ୍ଡା ମଙ୍ଗଳା ଚରଣ ପାଠ କରିଥିଲେ। ଉକ୍ତ ସଭାରେ ଯାଜପୁର ଜିଲ୍ଲାର ୫୦ ରୁ ଅଧିକ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ର ଶେଷରେ ସାଧୁଗୈଡେଶ୍ବର ମହାବିଦ୍ୟାଳୟ ର ଅଧ୍ୟାପିକା ଡଃ ଶ୍ରୀମତି ସ୍ମିତା ରାଣୀ ଭଞ୍ଜ ଧନ୍ୟବାଦ ଦେଇଥିବା ବେଳେ ଭାରତୀ ବିହାର ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀଯୁକ୍ତ ଶ୍ରୀଧର କୁମାର ଶତପଥୀ ଶାନ୍ତି ପାଠ କରିଥିଲେ । ଉଦ୍ଘାଟନ ଉତ୍ସବ ପରେ ଦ୍ବିତୀୟ ସତ୍ର ର ଆୟୋଜନ କରାଯାଇଥିଲା। ଏଥିରେ ଯାଜପୁର ଜିଲ୍ଲା ସଂଯୋଜକ ସମ୍ପାଦକ ଭାବରେ ବ୍ଯସନଗରର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟାପକ କ୍ଯାପ୍ଟେନ୍ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ। ଜିଲ୍ଲାର ଦଶଗୋଟି ବ୍ଲକ୍ ର ଅଧ୍ୟାପକ ପ୍ରତିନିଧି ଚୟନ କରାଯାଇଥିଲା । ଆଗାମୀ ଦିନରେ ସଂସ୍କୃତ ଅଧ୍ୟାପକ ସଂଘ କୁ କିପରି ଶକ୍ତି ଶାଳୀ କରାଯିବ ସେ ବିଷୟରେ ଯୋଗଦାନ କରିଥିବା ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ନିଜ ନିଜର ମତ ରଖିଥିଲେ। ଦ୍ବିତୀୟ ସତ୍ର ର ପରି ସମାପ୍ତି ପରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ କରିଥିଲେ। ଏପରି ଏକ ଭବ୍ୟ ଆୟୋଜନ କରି ସମସ୍ତଙ୍କୁ ଆପ୍ୟାୟିତ କରିଥିବାରୁ ଜିଲ୍ଲାର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମା ତାରିଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ,ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking