ଭୁବନେଶ୍ୱର: ଲୋନ ଆପ୍ ଜରିଆରେ ଠକେଇ ରେ ଏବେ ଟ୍ରେଡିଂ ଆପ୍ ନାେଁର ଚାଲିଛି ବେଆଇନ ଟିଟଫଣ୍ଡ ବେପାର । ଜମାକାରୀଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଆ୍ ଜରିଅୋର ଚିତା କାଟୁଛନ୍ତି ଅଦୃଶ୍ୟ ଲେୁଟରା । ବଲିଉଡ୍ ଷ୍ଟାରଙ୍କ ଫେଟାକୁ ବ୍ୟବହାର କରି ବିଜ୍ଞାପନ ତିଆରି କରୁଛନ୍ତି, ଆଉ ଲେୋକ ବିଜ୍ଞାପନ ଦେଖି ଭଳିଯିବା ପରେ ଚୁନା ଲଗାଉଛନ୍ତି ନିରୀହ ଲୋକଙ୍କୁ । ବିଦେଶରୁ ଓଡ଼ିଶା ଯାଏଁ ଲମ୍ବିଥିବା ଏହି ବ୍ଲାକ ନେଟୱାକର୍ର ସୁରାଗ୍ ପାଇବା ପରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଳ୍ୟୁ) କୋଟିଏରୁ ଅଧିକ ଟଙ୍କାକୁ ଫ୍ରିଜ୍ କରି ଖୋଳତାଡ଼ କରୁଛି ।
ଇଓଡବ୍ଲୁ ସୂଚନା ମୁତାବକ, କମ୍ ଅର୍ଥରେ ବେଶୀ ଲାଭର ଲୋଭନୀୟ ବିଜ୍ଞାପନ ଦେଇ ଚୁନା ଲଗାଇଛନ୍ତି ଏହି ଅଦୃଶ୍ୟ ଲେୁଟରା । କେବେ ଆକ୍ସନ ଷ୍ଟାର ଅକ୍ଷୟ କୁମାର ତ ଆଉ କେବେ ଅଭିନେତା ମନିଷ ପଲ୍ଙ୍କ ଫେଟା ଲଗାଇ କୋଟି କୋଟିର କାରବାର କରିଛନ୍ତି ଠକ । ମାତ୍ର ୨୦ ଟଙ୍କା ନିବେଶ କଲେ ଏକ ମିନିଟେର ୮ ଲକ୍ଷ ୫୭ ହଜାରରୁ ଅଧିକ ଟଙ୍କା ମିଳିବାର ଅବିଶ୍ୱସନୀୟ ଅଫର ରହୁଛି । ଉଭୟ ଅଭିନେତାଙ୍କ ଫଟୋରେ ବି ୨୦ ଟଙ୍କା ପୈଠ କରି କେମିତି ହଜାର ହଜାର ପାଇଛନ୍ତି ଦର୍ଶାଯାଇଛି ।
େହେଲ ଏସବୁ ସମ୍ପୂର୍ଣ୍ଣ ଫେକ୍ ଏବଂ ଲେୁଟରାଙ୍କ ଚାଲ୍ ବୋଲି ଖୁଲାସା କରିଛି କ୍ରାଇମବ୍ରାଞ୍ଚଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଜଏନ୍ ଟ୍ରେଡ୍ ଫାଇନାନସିଆଲ ଗ୍ରୋଥ୍ ନାମକ ଏକ ଆପ୍ ଡାଉନଲୋଡ୍ କରି ଟଙ୍କା ନିବେଶ କରିବାକୁ କହି ଚୁନା ଲଗାଉଥିଲେ ଲୁଟେରା । ଓଡିଶା ସହ ସାରଦେଶରେ ଏହି ଆପକୁ ଡାଉନଲୋଡ କରିଛନ୍ତି ଲକ୍ଷେରୁ ଅଧିକ ଲୋକ ।
ଇଓଡବ୍ଲ୍ୟୁ ସୂଚନା, ଏହି ଆପ୍ ହଂଙ୍କେର ରେଜିଷ୍ଟ୍ରେସନ ହୋଇ ଦୁବାଇରୁ ହେଉଥିଲା ଅପରେସନ । ତେବେ ଏହି ଆପ୍ ଦ୍ୱାରା ଓଡ଼ିଶାରୁ କିଏ କିଏ ଠକେର ଶୀକାର ହୋଇଛନ୍ତି, ସେନେଇ ତଦନ୍ତ କରାଯାଉଛି । ତେବେ ଆପ୍ ଜରିଆରେ କେମିତି ହେଉଥିଲା ଏହି ବେଆଇନ ଟ୍ରେଡିଂ ତାହା ବେଶ ଆଲୋଚନାର ବିଷୟ ପାଲଟିଛି । ଗୁଗୁଲ ପ୍ଲେଷ୍ଟୋରରେ ଆପ୍ ଡାଉନେଲାଡ୍ରେ ତିଆରି ହେଉଥିଲା ସ୍ୱତନ୍ତ୍ର ୟୁପିଆଇ ଆଇଡି । ସେଥିରେ ନିବେଶକାରୀଙ୍କୁ ଇନେଭଷ୍ଟ କରିବାକୁ ପରାମର୍ଶ ଦେଉଥିଲେ ଅନଲାଇନ ଠକମୋନ । ଯେତିକି ଥର ଟଙ୍କା ନେିବଶ ହେଉଥିଲା, ସେତିକି ଥର ବଦଳିଯାଉଥିଲା ୟୁିଆଇ ଆଇଡି ।
ଆଉ ସବୁ ଆଇଡିର ଲିଙ୍କ ରହୁଥିଲା ବିଭିନ୍ନ ନକଲି କାଂନୀ, ଫାର୍ମ ଏବଂ ବ୍ୟକ୍ତି ବିଶେଷ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟ ସହ ଆଉ ଟଙ୍କା ଆସିବା କ୍ଷଣି ଫାର୍ମ ଏବଂ ଅନଲାଇନ ଲୁଟେରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଥିଲା । ଇଓଡବ୍ଲୁ ତଦନ୍ତରୁ ବର୍ତ୍ତମାନ ସୁଦ୍ଧା ୫ଟି ଆକାଉଣ୍ଟ ଯାଞ୍ଚଞ୍ଚବେଳେ ଏହି ଜାଲି ସଂସ୍ଥା ପ୍ରାୟ ୧ ଲକ୍ଷ ନିବେଶକାରୀଙ୍କ ଠାରୁ ୧୮ କୋଟିରୁ ଅଧିକ ଟଙ୍କାର ଟ୍ରାନଜାକସନ କରିଥିବା ଜଣାପଡିଛି । ୫ଟିରୁ ୩ଟି ଆକାଉଣ୍ଟ ଗୁଜୁରାଟ, ରାଜସ୍ଥାନ ଏବଂ ଦିଲ୍ଲୀରେ ଥିବା ଜାଣିପାରିଛି ଇଓଡବ୍ଲୁ । ଏସବୁ ବ୍ୟାଙ୍କ ଆକାଉଣ୍ଟଣ୍ଟ ଯାଞ୍ଚଞ୍ଚବେଳେ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ କରିଛି ଇଓଡବ୍ଲୁ । ତା’ସହ ପ୍ଲେଷ୍ଟୋରରୁ ଏହି ଆପଟି ଉପଲବ୍ଧ ଥିବାରୁ ଇଓଡବ୍ଲ୍ୟୁ ଗୁଗୁଲକୁ ଚିଠି କରିଛି ।