ନୂଆଦିଲ୍ଲୀ: ଟ୍ବିଟର୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧକାରୀ (ସିଇଓ) ପଦରୁ ଇସ୍ତଫା ଦେବେ ଏଲନ୍ ମସ୍କ । ଏ ନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଆସନ୍ତା ୬ ସପ୍ତାହ ମଧ୍ୟରେ ନୂତନ ସିଇଓ ନିଯୁକ୍ତି ହେବା ନେଇ ମସ୍କ ସୂଚନା ଦେଇଛନ୍ତି । ଏହା ସହିତ ସେ ନିଜେ କମ୍ପାନୀର ମୁଖ୍ୟ ବୈଷୟିକ ଅଧିକାରୀ ଭାବେ କାମ କରିବେ । ଟ୍ବିଟ୍ କରି ଏଲନ୍ ମସ୍କ କହିଛନ୍ତି, ‘ଉତ୍ସାହର ସହ ଘୋଷଣା କରିବାକୁ ଚାହୁଁଛି କି, ଟ୍ବିଟର୍ ପାଇଁ ନୂଆ ସିଇଓ ନିଯୁକ୍ତ କରାଯାଇଛି । ଆସନ୍ତା ୬ ସପ୍ତାହ ମଧ୍ୟରେ ସେ କାର୍ଯ୍ୟରେ ଯୋଗଦେବେ । ଟ୍ବିଟରରେ ମୋର କାର୍ଯ୍ୟଭାର, କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ମୁଖ୍ୟ ବୈଷୟିକ ଅଧିକାରୀ ଭାବେ ରହିବ’।
ଖବର ଅନୁଯାୟୀ, କମକାଷ୍ଟ ଏନ୍ବିସିୟୁନିଭର୍ସାଲର କାର୍ଯ୍ୟନିର୍ବାହୀ ବିଜ୍ଞାପନ ବିପରନ ଅଧିକାରୀ ଭାବେ ଥିବା ଲିଣ୍ଡା ୟାକାରିନୋ ଟ୍ବିଟରର ନୂଆ ସିଇଓ ନିଯୁକ୍ତ ହୋଇପାରନ୍ତି । ଏ ନେଇ ଅଧିକାରୀକ ଭାବେ ଘୋଷଣା କରାଯାଇନଥିଲେ ସୁଦ୍ଧା ଟ୍ବିଟରର ଜଣେ ଅଧିକାର ସୂଚନା ଦେଇଛନ୍ତି । ଗତ ବର୍ଷ ଅକ୍ଟୋବର ମାସରେ ଟ୍ବିଟରର ନୂଆ ସିଇଓ ନିଯୁକ୍ତି ହେବାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ହିଁ ପରାଗ ଅଗ୍ରଓ୍ବାଲଙ୍କୁ ପଦରୁ ହଟାଇ ନିଜେ ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ହୋଇଥିଲେ ଏଲନ୍ ମସ୍କ । ଏହା ପରେ କ୍ରମାଗତ ଭାବେ କମ୍ପାନୀର କର୍ମଚାରୀଙ୍କୁ ବିନା କାରଣରେ ଚାକିରିରୁ ବିଦା କରିଥିଲେ । ନଭେମ୍ବର ମାସରେ ଅଧାରୁ ଅଧିକ କର୍ମଚାରୀଙ୍କୁ ବାହାର କରିଥିଲେ ମସ୍କ ।