27.1 C
Bhubaneswar
Wednesday, January 22, 2025
Homeଓଡିଶାଫେସ୍‌ବୁକ୍‌ରୁ ପ୍ରେମ ଓ ବିବାହକୁ କେନ୍ଦ୍ରକରି ଉତ୍ତେଜନା

ଫେସ୍‌ବୁକ୍‌ରୁ ପ୍ରେମ ଓ ବିବାହକୁ କେନ୍ଦ୍ରକରି ଉତ୍ତେଜନା

ନିଶ୍ଚିନ୍ତକୋଇଲି : ଫେସବୁକ୍‌ରୁ ସୁଦୂର ମହାରାଷ୍ଟ୍ରର ନାଗପୁର ଅଞ୍ଚଳର ଜଣେ ନାବାଳକ ସହ ସାଲେପୁର ଥାନା ତଥା ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ଗ୍ରାମର ଜଣେ ନାବାଳିକା ସହ ପ୍ରେମସମ୍ପର୍କ ସୃଷ୍ଟି ହେବା ଓ ପରେ ନାବାଳକ ନାବାଳିକା ବିବାହକୁ କେନ୍ଦ୍ରକରି ଉତ୍ତେଜନା ସୃଷ୍ଟିହେବାକୁ ନେଇ ସାଲେପୁର ଥାନା ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଗତ କିଛିଦିନ ହେଲା ନାଗପୁର ଅଞ୍ଚଳର ଜଣେ ନାବାଳକ ସହ ଜୟରାମପୁର ଅଞ୍ଚଳର ଜଣେ ନାବାଳିକାଙ୍କ ମଧ୍ୟରେ ଫେସବୁକ୍‌ରେ ପ୍ରେମ ସମ୍ପର୍କ ସୃ୍‌ଷ୍ଟି ହୋଇଥିଲା । ଏହି ପ୍ରେମ ସମ୍ପର୍କ ଅବଶେଷରେ ବିବାହର ରୂପ ନେଇଥିଲା । ଗତକାଲି ସମ୍ପୃକ୍ତ ନାବାଳକ ଜଣକ ଜୟରାମପୁର ଅଞ୍ଚଳରେ ତାଙ୍କ ପ୍ରେମିକାଙ୍କ ଘରେ ପହଞ୍ଚିଥିଲେ । ତେବେ ନାବାଳକକୁ ଧର୍ମ ପରିବର୍ତ୍ତନ କରାଇ ନାବାଳିକା ସହ ବିବାହ କରିବା ନିମନ୍ତେ ମସୁଧା ଚାଲିଥିଲା ।

ତେବେ ନାବାଳକ ଓ ନାବାଳିକା ଭିନ୍ନ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ଏହି ବିବାହରେ କେତେକ ବ୍ୟକ୍ତି ବାଧକ ସାଜିଥିଲେ । ଏକ ନିର୍ଦ୍ଧିଷ୍ଟ ଦଳର କର୍ମୀମାନେ ଏହି ପ୍ରେମବିବାହକୁ ନେଇ ତୀବ୍ର ବିରୋଧ କରିଥିଲେ । ଫଳରେ ଏହି ଘଟଣାକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ସାଲେପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକକୁ ଉଠାଇନେଇ ଥାନାରେ ଅଟକ ରଖିଥିଲେ । ଅପରପକ୍ଷରେ ନାବାଳକକୁ କଟକ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ସାଲେପୁର ଥାନା ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking