20.1 C
Bhubaneswar
Thursday, January 16, 2025
Homeସ୍ୱାସ୍ଥ୍ୟଅଁଳା ଖାଇଲେ କ’ଣ ସବୁ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା....

ଅଁଳା ଖାଇଲେ କ’ଣ ସବୁ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା….

ଉପକାରୀ ଅଁଳା । ଅଁଳା ପାଟିକୁ ଖଟା ଲାଗେ । କିଛି ଲୋକ ଅଁଳା ଖାଇବାକୁ ପସନ୍ଦ କରିଥାଆନ୍ତି ତ ଅନ୍ୟ କିଛି ଲୋକ ଅଁଳା ଖାଇବାକୁ ପସନ୍ଦ କରିନଥାନ୍ତି । ବହୁତ ଲୋକ ପ୍ରତିଦିନ ସକାଳୁ ଅଁଳା ଖାଇବାର ଅଭ୍ୟାସ ରଖି ଥାଆନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ମହୋଷଧି ଭଳି କାମ ଦେଇଥାଏ । ଅଁଳାରେ ପ୍ରଚୁର ପରିମାଣରେ ରହିଛି ଭିଟାମିନ୍ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ନିୟମିତ ଏହି ଅଁଳାର ସେବନ କରିବା ଦ୍ୱାରା ଶରୀରକୁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ ।

ତେବେ ଆସନ୍ତୁ ଜାଣିବା ଅଁଳା ଖାଇବା ଦ୍ୱାରା କ’ଣ ଲାଭ ହୋଇଥାଏ….
ଅଁଳାରେ ଭରପୁର ମାତ୍ରାରେ ଭିଟାମିନ ସି ରହିଛି । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ । ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଶରୀରକୁ ଅନେକ ସଂକ୍ରମଣରୁ ଦୂରେଇ ରଖିଥାଏ । ଏହା ଶରୀରକୁ ଥଣ୍ଡା, ଜ୍ୱର, ଅନେକ ସଂକ୍ରମଣରୁ ରକ୍ଷା କରିଥାଏ । ଆପଣଙ୍କୁ ଥଣ୍ଡା ହୋଇଥିଲେ ୨ ଚାମଚ ଅଁଳା ଗୁଣ୍ଡରେ ୨ ଚାମଚ ମହୁ ମିଶାଇ ସେବନ କରନ୍ତୁ । ଏହାଦ୍ୱାରା ଖୁବ ଲାଭ ମିଳିଥାଏ । ଅଁଳାରେ ଏକ ବିଶେଷ ପ୍ରକାରର ପ୍ରୋଟିନ ରହିଛି । ଯାହା ଦ୍ୱାରା ବାରମ୍ବାର ଭୋକ ଅନୁଭବ ହୋଇନଥାଏ । ଏହା ଭୋକକୁ ନିୟନ୍ତ୍ରଣ କରିଥାଏ । ଏଥିରେ କୋଲେଷ୍ଟ୍ରୋଲ ମାତ୍ରା ମଧ୍ୟ ଖୁବ କମ୍ ଥାଏ । ଏହା ପେଟରୁ ଚର୍ବିକୁ ଜମାଟ ବାନ୍ଧିବାକୁ ଦେଇନଥାଏ ଓ ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ । ଯଦି ଆପଣଙ୍କୁ ଦୃଷ୍ଟି ଶକ୍ତି ଦୁର୍ବଳ ହେବା ଭଳି ଅନୁଭବ ହେଉଛି, ନିୟମିତ ଗୋଟିଏ ଅଁଳାର ସେବନ ନିଶ୍ଚୟ କରନ୍ତୁ । ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ । ଏହାସହ ଆଖିରେ କୁଣ୍ଡାଇ ହେବା ଭଳି ଅନୁଭବ ହେଉଥିବା,ଆଖି ପୋଡା ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking