ଇସ୍ଲାମାବାଦ୍ : ଦିନକୁ ଦିନ ପାକିସ୍ତାନରେ ଆର୍ôଥକ ପରିସ୍ଥିତି ଅଧିକ ଜଟିଳ ଆଡକୁ ଗତି କରୁଛି । ଦେଶ ଏବେ କାଙ୍ଗାଳ ହେବାକୁ ଯାଉଛି । ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ତୀବ୍ର ଗତିରେ ହ୍ରାସ ପାଇବାରେ ଲାଗିଛି । ଦେଶରେ ମହଜୁଦ ଥିବା ସୁନା ଭଣ୍ଡାରରେ ଦ୍ରୁତ ହ୍ରାସ ପାଉଛି । ସେଠାରେ ଅଟା କିଲୋ ୧୦୦୦ ଟଙ୍କାରେ ବିକ୍ରି ହେଉଛି । ପରିସ୍ଥିତି ଏପରି ଯେ ଆସନ୍ତା ଦୁଇରେ ପାକିସ୍ତାନକୁ ବାର୍ଷିକ ୨୦ ବିଲିୟନ ଡଲାରରୁ ଅଧିକ ଋଣ ପରିଶୋଧ କରିବାକୁ ପଡିବ । ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ପ୍ରତି ପାକିସ୍ତାନୀର ମୁଣ୍ଡ ଉପରେ ୨.୬୨ ଲକ୍ଷ ଟଙ୍କାର କରଜ ରହିଛି । ଏବେ ଦେଶ ପାଖରେ ମାତ୍ର ୮୫.୭୫ କୋଟି ଡଲାରର ମୁଦ୍ରା ଭଣ୍ଡାର ବାକି ରହିଛି । ପାକିସ୍ତାନର ମୋଟ ଋଣ ପରିମାଣ ଏବେ ୨୭୦ ବିଲିୟନ୍ ଡଲାରରେ ପହଞ୍ଚିଛି । ପାକିସ୍ତାନର ବୈଦେଶିକ ମୁଦ୍ରା ସଂରକ୍ଷଣ ପାଖାପାଖି ୮୫.୭୫ ନିୟୁତ ଡ଼ଲାର ରହିଥିବାବେଳେ ଦେଶ ଉପରେ ୨୭୦ ବିଲିୟନ ଡ଼ଲାର ଋଣ ଭାର ରହିଛି । ପାକିସ୍ତାନ କରୁଥିବା ଆୟର ୭୫ ପ୍ରତିଶତ ଋଣ ପରିଶୋଧ କରିବାରେ ଖର୍ଚ୍ଚ ହେଉଛି ।
ପାକିସ୍ତାନର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ୨.୬୨ ଲକ୍ଷ ଟଙ୍କାର ଋଣ ଭାର ରହିଛି । ଏକ ପରିସଂଖ୍ୟାନ ଅନୁଯାୟୀ, ପାକିସ୍ତାନ ମାତ୍ର ୩ ମାସ ମଧ୍ୟରେ ୫ବିଲିୟନ ଡଲାର ଋଣ ନେଇଛି । ଆସନ୍ତା ଦୁଇ ବର୍ଷରେ ମଧ୍ୟରେ ଦେଶକୁ ୨୦ ବିଲିୟନ ଡଲାରର ଋଣ ପରିଶୋଧ କରିବାକୁ ପଡିବ । ୨୦୨୪ ସୁଦ୍ଧା ଋଣ ହ୍ରାସ କରିବା ପରିବର୍ତ୍ତେ ପାକିସ୍ତାନ ୨୦ ବିଲିୟନ ଡଲାର ଋଣ କରିବାର ସମ୍ଭାବନା ରହିଛି । ଏଭଳି ସମୟରେ ଅଛି, ଗତବର୍ଷ କେବଳ ବନ୍ୟା ଯୋଗୁଁ ପାକିସ୍ତାନ ୩୦ ବିଲିୟନ ଡଲାରର କ୍ଷତି ସହିଛି । ୨୦୧୪ଠାରୁ ପାକିସ୍ତାନର ବୈଦେଶିକ ମୁଦ୍ରାଭଣ୍ଡାର ସର୍ବନିମ୍ନ ସ୍ତରରେ ରହିଛି, ଯାହା ମାତ୍ର ୪୩୦ ବିଲିୟନ ଡ଼ଲାରରେ ପହଞ୍ଚିଛି ।
ଗୋଟିଏ ପଟେ ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ, ଅନ୍ୟପଟେ ପାକିସ୍ତାନର ସ୍ୱର୍ଣ୍ଣ ମୁଦ୍ରା ସଂରକ୍ଷଣ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ପାକିସ୍ତାନରେ ଏବେ ୧୦୦ ଗ୍ରାମ ସୁନା ପ୍ରାୟ ୧୫ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଏହାପୂର୍ବରୁ ୨୦୨୦ରେ ଏହା ୪.୦୮୩ ବିଲିୟନ ଡ଼ଲାର ରହିଥିଲା । ଯଦି ପାକିସ୍ତାନକୁ ନାଗରିକ ଏବଂ ଭବିଷ୍ୟତ ପିଢ଼ିକୁ ବଞ୍ଚାଇବାକୁ ପଡିବ, ତେବେ ଏହାର ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ପଡିବ । ଅର୍ଥନୀତିର ମରାମତି ଏବଂ ଋଣ ପରିଶୋଧ କରିବାକୁ ପାକିସ୍ତାନକୁ ବୈଦେଶିକ ମୁଦ୍ରା ସଂରକ୍ଷଣ, ସୁନା ମୁଦ୍ରା ଭଣ୍ଡାର ଭଳି ଅର୍ଥନୈତିକ ସୂଚକାଙ୍କ ଉପରେ କାର୍ଯ୍ୟ କରିବାକୁ ପଡିବ ।