30.1 C
Bhubaneswar
Monday, May 26, 2025
Homeଖେଳଏସିସି ମହିଳା ଟି-୨୦ ଚାମ୍ପିଅନ୍‌ଶିପ୍‌: ୧୫ ଜଣିଆ ଭାରତୀୟ ଦଳ ଘୋଷିତ

ଏସିସି ମହିଳା ଟି-୨୦ ଚାମ୍ପିଅନ୍‌ଶିପ୍‌: ୧୫ ଜଣିଆ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ : ଅକ୍ଟୋବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ବାଂଲାଦେଶରେ ହେବାକୁ ଥିବା ଏସିସି ମହିଳା ଟି-୨୦ ଚାମ୍ପିଅନ୍‌ଶିପ୍ ପାଇଁ ବୁଧବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବିସିସିଆଇ ଦଳର ନେତୃତ୍ୱ ହରମନପ୍ରୀତ୍ କୌର୍‌ଙ୍କୁ ପ୍ରଦାନ କରିଥିବା ବେଳେ ସ୍ମୃତି ମନ୍ଧାନାଙ୍କୁ ଭାଇସ୍ କ୍ୟାପ୍‌ଟେନ୍ ନିଯୁକ୍ତ କରିଛି । ନିକଟରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଖେଳିଥିବା ଦଳର ସମସ୍ତ ସଦସ୍ୟା ଚାମ୍ପିଅନ୍‌ଶିପ୍ ପାଇଁ ଦଳରେ ସ୍ଥାନ ପାଇଥିବା ବେଳେ ତାନିୟା ଭାଟିଆ ଓ ସିମ୍‌ରନ୍ ବାହାଦୁରଙ୍କ ଷ୍ଟାଣ୍ଡ୍‌ବାଇ ଭାବେ ଦଳରେ ରଖାଯାଇଛି। ତାନିୟା ଓ ସିମରନ୍ ବାହାଦୁର ଇଂଲଣ୍ଡ ବିପକ୍ଷ ୧୭ ଜଣିଆ ଦଳରେ ସାମିଲ ହୋଇଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ ।

ଚାମ୍ପିଅନ୍‌ଶିପ୍‌ରେ ଆୟୋଜକ ବାଂଲାଦେଶ ସମେତ ମୋଟ ୭ଟି ଦଳ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଥାଇଲାଣ୍ଡ୍‌, ମାଲେସିଆ ଏବଂ ୟୁଏଇ ରାଉଣ୍ଡ୍ ରବିନ୍ ଫର୍ମାଟ୍‌ରେ ଭାଗନେବେ । ଶୀର୍ଷ ୪ଟି ଦଳ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧୩ରେ ଏବଂ ଫାଇନାଲ୍ ମ୍ୟାଚ୍ ୧୫ ତାରିଖରେ ଖେଳାଯିବ । ଛଅ ଥରର ଚାମ୍ପିଅନ୍ ଭାରତ ଚାମ୍ପିଅନ୍‌ଶିପ୍‌ର ଉଦ୍‌ଘାଟନୀ ଦିବସରେ ଶ୍ରୀଲଙ୍କା ବିପକ୍ଷରୁ ଅଭିଯାନ ଆରମ୍ଭ କରିବ । ଏହାପରେ ଅକ୍ଟୋବର ୩ ତାରିଖରେ ମାଲେସିଆ ଏବଂ ୪ ତାରିଖରେ ୟୁଏଇକୁ ଭେଟିବ ।

ଏହାପରେ ଭାରତ ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଅକ୍ଟୋବର ୭ରେ, ଆୟୋଜକ ବାଂଲାଦେଶକୁ ୮ରେ ଏବଂ ଅକ୍ଟୋବର ୧୦ ତାରିଖରେ ଥାଇଲାଣ୍ଡକୁ ଭେଟିବ । ୨୦୧୮ ପରେ ପ୍ରଥମ ଥର ପାଇଁ ବାଂଲାଦେଶ ମହିଳା ମ୍ୟାଚ୍ ଆୟୋଜନ କରିବ । ଚାମ୍ପିଅନ୍‌ଶିପ୍‌ର ସମସ୍ତ ମ୍ୟାଚ୍ ସିଲ୍‌ହଟ୍ ଇଣ୍ଟନାସ୍‌ନାଲ୍ କ୍ରିକେଟ୍ ଷ୍ଟାଡିୟମ୍ ଏବଂ ସିଲ୍‌ହଟ୍ ଆଉଟର୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ । ୨୦୧୮ରେ ଛଅ ଥରର ଚାମ୍ପିଅନ୍ ଭାରତକୁ ହରାଇ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଆଗାମୀ ଚାମ୍ପିଅନ୍‌ଶିପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ ଭାଗନେବ । କୋଭିଡ୍ ମହାମାରୀ ଯୋଗୁଁ ୨୦୨୦ ସଂସ୍କରଣ ଆୟୋଜିତ ହୋଇପାରି ନଥିଲା ।

ଭାରତୀୟ ଦଳ: ହରମନ୍‌ପ୍ରୀତ କୌର୍ (କ୍ୟାପ୍‌ଟେନ୍‌), ସ୍ମୃତି ମନ୍ଧାନା (ଭାଇସ୍ କ୍ୟାପ୍‌ଟେନ୍‌), ଦୀପ୍ତି ଶର୍ମା, ଶେଫାଳୀ ବର୍ମା, ଜେମିମା ରଡ୍ରିଗ୍ସ, ସାବିନେନି ମେଘନା, ରିଚା ଘୋଷ (ୱିକେଟ୍‌କିପର୍‌), ସ୍ନେହ ରାଣା, ଦାୟାଲାନ୍ ହେମଲତା, ମେଘନା ସିଂହ, ରେଣୁକା ଠାକୁର, ପୂଜା ବସ୍ତ୍ରାକାର, ରାଜେଶ୍ୱରୀ ଗାଏକ୍‌ୱାଡ୍‌, ର।। ଯାଦବ, କେପି ନାଭଗିରେ । ଷ୍ଟାଣ୍ଡ୍‌ବାଇ: ତାନିୟା ଭାଟିଆ, ସିମରନ୍ ଦିଲ୍ ବାହାଦୁର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking