30.1 C
Bhubaneswar
Wednesday, April 24, 2024
Homeଖେଳରୋନାଲ୍ଡୋଙ୍କ ଗୋଟିଏ ଇନ୍‌ଷ୍ଟା ପୋଷ୍ଟ୍‌ର ମୂଲ୍ୟ ୨୮ କୋଟି

ରୋନାଲ୍ଡୋଙ୍କ ଗୋଟିଏ ଇନ୍‌ଷ୍ଟା ପୋଷ୍ଟ୍‌ର ମୂଲ୍ୟ ୨୮ କୋଟି

ନୂଆଦିଲ୍ଲୀ : ପର୍ତ୍ତୁଗାଲ୍‌ର କ୍ରିଷ୍ଟିଆନୋ ରୋନାଲ୍ଡୋ ଫୁଟ୍‌ବଲ୍ ସହିତ ସୋସିଆଲ୍ ମିଡିଆରେ ମଧ୍ୟ ବହୁ ସକ୍ରିୟ । ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ ୪୮ କୋଟିରୁ ଊର୍ଦ୍ଧ୍ୱ ଫଲୋଅର୍ସଙ୍କ ସହ ସେ ବିଶ୍ୱର ସର୍ବାଧିକ ଶକ୍ତିଶାଳୀ ଏବଂ ଲୋକପ୍ରିୟ ଫୁଟ୍‌ବଲର୍ ହୋଇଛନ୍ତି । ଏହି ପ୍ଲାଟ୍‌ଫର୍ମରେ ସେ ଗୋଟିଏ ପୋଷ୍ଟ ପାଇଁ ୨୮ କୋଟି ଟଙ୍କାରୁ ଅଧିକ ଆୟ କରିଥାନ୍ତି । ଏହି ମାମଲାରେ ସେ ଆର୍ଜେଣ୍ଟିନା ଷ୍ଟାର୍ ଲିଓନେଲ୍ ମେସିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମେସିଙ୍କର ଗୋଟିଏ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟ୍‌ରୁ ୨୧ କୋଟିରୁ ଅଧିକ ଟଙ୍କା ଆୟ ହୋଇଥାଏ । ଗତ ଏକ ବର୍ଷ ମଧ୍ୟରେ ରୋନାଲ୍ଡୋଙ୍କ ଖେଳର ଗ୍ରାଫ୍‌ରେ ହ୍ରାସ ଘଟିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ସୋସିଆଲ୍ ମିଡିଆର ଏହି ପ୍ଲାଟ୍‌ଫର୍ମରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟାରେ ୪୭ ପ୍ରତିଶତ ବୃଦ୍ଧି ଘଟିଛି ।

ମେସିଙ୍କର ୩୬ କୋଟି ଫଲୋଅର୍ସ ଥିବାବେଳେ ଗତବର୍ଷ ତୁଳନାରେ ଏଥିରେ ୩୮.୦୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପିଏସ୍‌ଜିରେ ତାଙ୍କ ସାଥୀ ଖେଳାଳି ନେମାର୍ ଏବଂ ଏମ୍‌ବାପେ ଏହି ମାମଲାରେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି । ନେମାରଙ୍କ ଫଲୋଅର୍ସ ସଂଖ୍ୟା ୧୭.୭୮ କୋଟି ହୋଇଥିବା ବେଳେ ତାଙ୍କର ଗୋଟିଏ ପୋଷ୍ଟ୍‌ରୁ ୯ କୋଟିରୁ ଅଧିକ ଟଙ୍କା ଆୟ ହୋଇଥାଏ । ସେହିପରି ଫ୍ରାନ୍ସ ଏବଂ ପ୍ୟାରିସ୍ ସେଣ୍ଟ୍ ଜର୍ମେନ୍ (ପିଏସ୍‌ଜି) କ୍ଲବ୍‌ର ଏମ୍‌ବାପେଙ୍କର ଇନ୍‌ଷ୍ଟାରେ ଫଲୋଅର୍ସଙ୍କ ସଂଖ୍ୟା ସାଢ଼େ ୭ କୋଟି । ଏହି ସଂଖ୍ୟା ଗତବର୍ଷ ତୁଳନାରେ ୩୨.୫୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ସେ ମଧ୍ୟ ଗୋଟିଏ ପୋଷ୍ଟ୍‌ରୁ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆୟ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking