ରାଞ୍ଚି: ଝାଡଖଣ୍ଡରେ ଲମ୍ଫି ଭାଇରସ ଓ ଆଫ୍ରିକାନ ସ୍ୱାଇନ ଫ୍ଲୁ ଆତଙ୍କ । ଘୁଷୁରୀ, ଗାଈ ଓ ମଇଁଷି ଏହି ଭାଇରସରେ ସଂମକ୍ରମିତ ହେଉଥିବା ବେଳେ ଏହାକୁ ନେଇ ଚିନ୍ତାରେ ପଶୁପାଳକ । ଲମ୍ଫି ଭାଇରସରେ ବର୍ତ୍ତମାନ ରାଜ୍ୟରେ କେତେ ଆକ୍ରାନ୍ତ ହୋଇଛନ୍ତି ଓ କେତେ ପଶୁଙ୍କ ମୃତ୍ୟୁ ହୋଇଛି ସେନେଇ ସରକାରୀ ସୁତ୍ରରୁ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ । ସେହିପରି ଆଫ୍ରିକାନ ସ୍ୱାଇନ ଫ୍ଲୁ ଯୋଗୁଁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨୬୧ ଘୁଷୁରୀଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ୨୫୦ ଘୁଷୁରୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହି ଫ୍ଲୁରେ ଆକ୍ରାନ୍ତ ହେଲେ ୧୦୦ ପ୍ରତିଶତ ମୃତ୍ୟୁ ହେବା ସୁନିଶ୍ଚିନ୍ତ । ଏହି ଜୀବାଣୁ ଘୁଷୁରୀ ଠାରୁ ମନୁଷ୍ୟକୁ ବ୍ୟାପି ନଥାଏ ।
ତେବେ, ଘୁଷୁରୀ ପାଳନ କରୁଥିବା ଲୋକଙ୍କୁ ପିପିଇ କିଟ୍ ପିନ୍ଧି ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପଶୁ ବିଶେଷଜ୍ଞ । ରାଞ୍ଚି, ହଜରିବାଗ, ଚାଟ୍ରା, ଦେଓଗର, ଜାମସେଦପୁର ଏବଂ ଜାମଟାରା ଠାରେ ଆଫ୍ରିକାନ ସ୍ୱାଇନ ଫ୍ଲୁ ଚିହ୍ନଟ କରାଯାଇଛି । ସେ କହିଛନ୍ତି ଯେ, ‘‘ଏହି ରୋଗ ରୋକିବା ପାଇଁ ଛେଳିରେ ଦିଆଯାଇଥିବା ଛେଳି ପକ୍ସ ଟିକା ଦେବା ପାଇଁ ଏକ ଏସ୍ଓପି ଜାରି କରାଯାଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପଶୁପାଳନ ଅଧିକାରୀଙ୍କୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଟିକା କିଣିବାକୁ ଅନୁମତି ଦିଆଯାଇଛି । ସେହିପରି ଲମ୍ଫି ଭାଇରସକୁ ନେଇ ଡକ୍ଟର ବିପିନ ମେହେଟ୍ଟା କହିଛନ୍ତି ଯେ, ରାଞ୍ଚି, ହଜରିବାଗ, ଚାଟ୍ରା, ଦେଓଗର, ଜାମସେଦପୁର ଏବଂ ଜାମାତାଢା ଠାରେ ଲମ୍ଫିରେ ସଂକ୍ରମିତ ପଶୁଙ୍କୁ ଚିହ୍ନଟ କରାଯାଇଛି ।
ଏହି ସଂକ୍ରମଣକୁ ରୋକିବାକୁ ଗୋଟ ପକ୍ସ ଭ୍ୟାକିସିନ ଦେବା ପାଇଁ ଏସଓପି ଜାରି କରାଯାଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ପଶୁପାଳନ ଅଧିକାରୀଙ୍କୁ ୧୫,୦୦୦ ଟିକା କିଣିବାକୁ ଅନୁମତି ଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲମ୍ଫି ଭାଇରସ ରୋଗରେ ପୀଡିତ ପଶୁମାନଙ୍କର କ୍ଷୀର ପିଇବାରେ କୌଣସି ବିପଦ ନାହିଁ । କିନ୍ତୁ ଅନ୍ୟ ରୋଗକୁ ରୋକିବା ପାଇଁ କ୍ଷୀରକୁ ଫୁଟାଇ ପିଇବା ଉଚିତ୍ ବୋଲି କହିଛନ୍ତି ଡକ୍ଟର ବିପିନ ମେହେଟ୍ଟା । ଝାଡଖଣ୍ଡରେ ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ଯୋଗୁଁ ବହୁ ସଂଖ୍ୟକ ଘୁଷୁରୀଙ୍କର ମୃତ୍ୟୁ ଘଟିଛି । ଏହା ସହିତ ସରକାର ଗାଇ ଏବଂ ମଇଁଷି ମଧ୍ୟରେ ବ୍ୟାପୁଥିବା ଭାଇରସକୁ ରୋକିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ସାଧାରଣ ଲୋକେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷପ ଗ୍ରହଣ କରାଯାଇ ନାହିଁ ।