34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସୁପ୍ରିମକୋର୍ଟରେ ୧୪ ଦିନରେ ୫ ହଜାର ୨୦୦ ମାମଲାର ଶୁଣାଣି ଶେଷ

ସୁପ୍ରିମକୋର୍ଟରେ ୧୪ ଦିନରେ ୫ ହଜାର ୨୦୦ ମାମଲାର ଶୁଣାଣି ଶେଷ

ନୂଆଦିଲ୍ଲୀ: ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ୟୁୟୁ ଲଳିତ ଦାୟିତ୍ୱ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟରେ ପଡି ରହିଥିବା ବିଭିନ୍ନ ମାମଲାର ତ୍ୱରିତ ଶୁଣାଣି ଆରମ୍ଭ ହୋଇଯାଇଛି । ଦାୟିତ୍ୱ ନେବାର ୧୪ ଦିନ ଭିତରେ ୫ ହଜାର ୨୦୦ ମାମଲାର ଶୁଣାଣି ଶେଷ କରିଛନ୍ତି ପ୍ରଧାନ ବିଚାରପତି ୟୁୟୁ ଲଳିତ । ୧୪ ଦିନ ଭିତରେ ୫,୨୦୦ ମାମଲାର ରଫାଦଫା କରାଯାଇଛି । ଫଳରେ ଶୁଣାଣ ଅପେକ୍ଷାରେ ରହିଥିଲା ମାମଲା ସଂଖ୍ୟା ୪ ହଜାରକୁ ହ୍ରାସ ହୋଇଛି । ୧୧,୩୫ ନୂଆ ମାମଲା ଦାଖଲ ହୋଇଛି । ସୁପ୍ରିମକୋର୍ଟ ବାର ଆସୋସିଏସ ପକ୍ଷରୁ ଗୋଟିଏ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏଥିରେ ଯୋଗ ଦେଇ ସିଜେଆଇ ଜଷ୍ଟିସ ଲଳିତ କହିଛନ୍ତି ଯେ, “ସୁପ୍ରିମକୋର୍ଟର ସମସ୍ତ ପଡ଼ି ରହିଥିବା ମାମଲା ସଂଖ୍ୟା ହ୍ରାସ ପାଇଛି । ଏ ନେଇ ସମସ୍ତ ନ୍ୟାୟଦ୍ଧିଷଙ୍କ ପ୍ରତି ଋଣି ବୋଲି କହିଥିଲେ ସିଜେଆଇ । ପଡି ରହିଥିବା ମାମଲା ୪ ହଜାରକୁ କମିଛି । ଏହା ଏକ ଭଲ ଆରମ୍ଭ । ଅନେକ ମାମଲା ପଡିଥିଲା ତେଣୁ ସବୁକୁ ରଫାଦଫା କରିବାକୁ ପଡିଲା ।” ସେଜେଆଇ ଆହୁରି କହିଛନ୍ତି, “ନୂଆ ଲିଷ୍ଟଂ ବ୍ୟବସ୍ଥାକୁ ଲାଗୁ କରି ରିସ୍କ ନେଇଛୁ । ତେଣୁ ସ୍ୱାଭାବିକ ଭାବେ ଏହାକୁ ନେଇ କିଛି କିଛି ସମସ୍ୟା ରହିବ । ଗତକାଲି ସୁଦ୍ଧା ପ୍ରାୟ ୫,୨୦୦ ମାମଲାର ଶୁଣାଣି ଶେଷ ହୋଇଥିବାବେଳେ, ମାତ୍ର ୧୧୩୫ ନୂଆ ଆବେଦନ ରୁଜୁ କରାଯାଇଛି । ଏହା କେବଳ ମୋର ଭାଇ, ଭଉଣୀ ବିଚାରପତି ଓ ବାରର ସଦସ୍ୟମାନଙ୍କ ପାଇଁ ସମ୍ଭବ ହୋଇପାରିଛି ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking