29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶ୨୬/୧୧ ମୁମ୍ବାଇ ଆତଙ୍କବାଦୀ ମାମଲା: କ୍ଷତିପୂରଣ ପାଇଥିବା ଯୁବତୀ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ

୨୬/୧୧ ମୁମ୍ବାଇ ଆତଙ୍କବାଦୀ ମାମଲା: କ୍ଷତିପୂରଣ ପାଇଥିବା ଯୁବତୀ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଅଳ୍ପକେ ବର୍ତ୍ତିଯାଇଥିବା ତଥା ଏହି ଲୋମହର୍ଷଣକାରୀ ଘଟଣାର ଅନ୍ୟତମ ପ୍ରତ୍ୟକ୍ଷଦର୍ଶୀ କୁହାଯାଉଥିବା ଦେବିକା ନାମ୍ନୀ ଯୁବତୀ ସରକାରୀ ସହାୟତା ପାଇବାକୁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏକ ବାସଗୃହ ଆବେଦନକୁ ରାଜ୍ୟ ସରକାର ଖାରଜ କରିବାପରେ ଦେବିକା ବାଧ୍ୟହୋଇ ହାଇକୋର୍ଟରେ ପିଟିସନ ଦାଏର କରିଥିବା କହିଛନ୍ତି। ୨୩ ବର୍ଷୀୟା ଦେବିକା ୨୦୨୦ରେ ହାଇକୋର୍ଟରେ ଅନୁରୂପ ପିଟିସନ ଦାଖଲ କରିଥିଲେ । ସେତେବେଳେ ହାଇକୋର୍ଟର ଏହାର ଶୁଣାଣି କରି ଦେବିକାଙ୍କ କଥା ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଗୁରୁବାର ଜଷ୍ଟିସ ଗଙ୍ଗାପୁରୱାଲା ଓ ଜଷ୍ଟିସ କାର୍ଣ୍ଣିକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ତେବେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ୨୦୨୦ ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟ ସରକାର ଇତିମଧ୍ୟରେ ଦେବିକାଙ୍କୁ ୧୩.୨୬ ଲକ୍ଷ ଟଙ୍କା କ୍ଷତିପୂରଣଭାବେ ପ୍ରଦାନ କରାଯାଇସାରିଛି । କେନ୍ଦ୍ର ସରକାରଙ୍କୁ ପ୍ରତିନିଧିତ୍ୱ କରୁଥିବା ଓକିଲ ଆର.ବୁବ୍‌ନା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଦେବିକାଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ତେବେ ଦେବିକାଙ୍କ ତରଫରୁ କୌଣସି ଓକିଲଙ୍କୁ ନିଯୁକ୍ତ କରାଯାଇନଥିବାରୁ ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୨କୁ ଧାର୍ଯ୍ୟ କରିଛନ୍ତିି । ୨୦୦୮ ନଭେମ୍ବର ୨୬ରେ ପାକିସ୍ତାନରୁ ଆସିଥିବା ୧୦ ଜଣ ଆତଙ୍କବାଦୀ ମୁମ୍ବାଇର ବିଭିନ୍ନ ସ୍ଥାନରେ ୬୦ ଘଣ୍ଟା ଧରି ନରସଂହାର ଚଳାଇଥିଲେ । ଏଥିରେ ୯ ଆତଙ୍କବାଦୀ ସମେତ ୧୭୫ ଜଣ ପ୍ରାଣ ହରାଇଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଘଟଣା ସମୟରେ ଦେବିକାଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲା । ବାପା ଓ ଭାଇଙ୍କ ସହ ଛତ୍ରପତି ଶିବାଜୀ ଟର୍ମିନସ ଷ୍ଟେସନରେ ଥିବାବେଳେ ଆତଙ୍କବାଦୀ ଚଳାଇଥିବା ଗୋଟିଏ ଗୁଳି ତାଙ୍କ ଗୋଡରେ ବାଜିବାରୁ ସେ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking