27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶତାଇୱାନ ଜଳରାଶିରେ ଚୀନ୍‌ର କ୍ଷେପଣାସ୍ତ୍ର ମାଡ

ତାଇୱାନ ଜଳରାଶିରେ ଚୀନ୍‌ର କ୍ଷେପଣାସ୍ତ୍ର ମାଡ

ବେଜିଂ : ଆମେରିକା ବାଚସ୍ପତି ନାନ୍‌ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ବିଶ୍ୱର ଦୁଇ ବୃହତ ଶକ୍ତି ଆମେରିକା ଓ ଚୀନ୍ ବର୍ତ୍ତମାନ ମୁହାଁମୁହିଁ ଅବସ୍ଥାରେ ପହଞ୍ଚିଛନ୍ତି । ଚୀନ୍‌ର ସମସ୍ତ ଧମକ ସତ୍ତ୍ୱେ ନାନ୍‌ସି ଗତ ମଙ୍ଗଳବାର ତାଇୱାନରେ ପହଞ୍ଚିବା ପରଠାରୁ ତାଇୱାନକୁ ଭୟଭୀତ କରିବାକୁ ଚୀନ୍ ତାହାର ସାମରିକ କାର୍ଯ୍ୟକଳାପକୁ ଅଧିକ ତ୍ୱରାନ୍ୱିତ କରିଛି । ଗୁରୁବାର ଚୀନ୍ ପକ୍ଷରୁ ତାଇୱାନ୍‌ର ପୂର୍ବ, ଉତ୍ତର ଓ ଦକ୍ଷିଣ ପାଶ୍ୱର୍ରେ ଥିବା ଜଳରାଶିରେ ୧୧ଟି ଡୋଙ୍ଗ୍‌ଫେଙ୍ଗ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ କରାଯାଇଛି । ତାଇୱାନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ସନ୍ ଲି-ଫାଙ୍ଗ୍ ଏହି ଆକ୍ରମଣକୁ ସ୍ୱୀକାର କରିଛନ୍ତି ।

ଏହି କ୍ଷେପଣାସ୍ତ୍ରଗୁଡିକ ଭୂପୃଷ୍ଠରୁ ନିକ୍ଷେପ କରାଯାଇଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରାଯାଇପାରିନାହିଁ । ଏହାବତୀତ ଚୀନ୍ ପକ୍ଷରୁ ତାଇୱାନ ନିକଟବର୍ତ୍ତୀ ମାତ୍‌ସୁ ଓ ଡୋଙ୍ଗ୍‌ୟିନ୍ ଦ୍ୱୀପକୁ ମୁହଁ କରି ଏକାଧିକ ଦୂରଗାମୀ ରକେଟ ମଧ୍ୟ ଖଞ୍ଜାଯାଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ତାଇୱାନ ଏଭି ସମ୍ବେଦନଶୀଳ ସ୍ଥାନଗୁଡିକରେ ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡାକଡି କରିଥିବା କୁହାଯାଇଛି । ବୁଧବାର ଚୀନ୍ ବାୟୁସେନାର ୨୭ଟି ଯୁଦ୍ଧବିମାନ ତାଇୱାନ ଆକାଶସୀମା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ଚୀନ୍ ଇତିମଧ୍ୟରେ ବେଜିଂରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ନିକୋଲାସ ବର୍ନସ୍‌ଙ୍କୁ ଡକାଇ ନାନ୍‌ସିଙ୍କ ଗସ୍ତ ସମ୍ପର୍କରେ ନିଜର ଆଭିମୁଖ୍ୟ ଜଣାଇସାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking