40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରସଙ୍ଗ: ଭୋଟିଂ ପ୍ରକ୍ରିୟା ଆରମ୍ଭ

ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରସଙ୍ଗ: ଭୋଟିଂ ପ୍ରକ୍ରିୟା ଆରମ୍ଭ

ଲଣ୍ଡନ : ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ମନୋନୟନ ପାଇଁ ସୋମବାରଠାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି । କନ୍‌ଜର୍ଭେଟିଭ୍ ପାର୍ଟିର ନୂତନ ନେତା ହିଁ ଏହି ଆସନ ଅଳଙ୍କୃତ କରିବେ । ଏଥିପାଇଁ ପୂର୍ବତନ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ୍ ଓ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ୍‌ଙ୍କ ମଧ୍ୟରେ ଟକ୍କର ଚାଲିଛି । କନ୍‌ଜର୍ଭେଟିଭ୍ ପାର୍ଟି ନେତା ନିର୍ବାଚନ ପାଇଁ ଏହି ଦୁଇ ନେତା ଦଳୀୟ କର୍ମୀଙ୍କ ସମର୍ଥନ ଯୋଗାଡ କରିବାରେ ବ୍ୟସ୍ତ ରହିଛନ୍ତି । ପ୍ରାୟ ଏକମାସ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଶେଷ ହେବ ଏବଂ ସେପ୍ଟେମ୍ବର ୫ରେ ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଇତିମଧ୍ୟରେ ଟ୍ରସ୍ ଏହି ଦୌଡରେ ସୁନକ୍‌ଙ୍କୁ ବେଶ ପଛରେ ପକାଇ ସାରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ କ୍ୟାବିନେଟ୍‌ର ଅଧିକାଂଶ ମନ୍ତ୍ରୀ ଟ୍ରସ୍‌ଙ୍କୁ ସମର୍ଥନ ଜଣାଇଥିବାରୁ ସୁନକ୍‌ଙ୍କ ବିଜୟ ଅନିଶ୍ଚିତ ହୋଇପଡିଛି । ଅପରପକ୍ଷରେ ପରାଜୟ ଅବଶ୍ୟମ୍ଭାବୀ ଜଣାପଡୁଥିବା ସତ୍ତ୍ୱେ ଲଢେଇ ଜାରି ରଖିବେ ବୋଲି ସୁନକ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking