27.1 C
Bhubaneswar
Tuesday, September 27, 2022
Homeଦେଶ ବିଦେଶଦଳୀୟ କାର୍ଯ୍ୟକ୍ରମରେ ଅର୍ପିତା, ଅଡୁଆରେ ଟିଏମ୍‌ସି

ଦଳୀୟ କାର୍ଯ୍ୟକ୍ରମରେ ଅର୍ପିତା, ଅଡୁଆରେ ଟିଏମ୍‌ସି

କୋଲକାତା : ଶିକ୍ଷକ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ମହିଳା ସହଯୋଗୀ ଅର୍ପିତା ମୁଖାର୍ଜୀ ଇତିମଧ୍ୟରେ ଗିରଫ ହୋଇ ଜେଲରେ ରହିଛନ୍ତି । ସେମାନଙ୍କ ଘରୁ ନଗଦ ୫୦ କୋଟି ଟଙ୍କା ଏବଂ ୫ କିଲୋ ସ୍ୱର୍ଣ୍ଣାଳଙ୍କାର ମଧ୍ୟ ଜବତ ହୋଇସାରିଛି । ତେବେ ଅର୍ପିତାଙ୍କ ସହ କୌଣସି ଦଳୀୟ ସମ୍ପର୍କ ନାହିଁ ବୋଲି କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଯେଉଁ ସଫେଇ ଦିଆଯାଇଥିଲା, ତାହା ମିଥ୍ୟା ପ୍ରମାଣିତ ହୋଇଛି ।

ଅତୀତରେ ଟିଏମ୍‌ସିର ଏକାଧିକ କାର୍ଯ୍ୟକ୍ରମରେ ଅର୍ପିତା ଅଂଶଗ୍ରହଣ କରିଥିବା ଜଣାପଡିଛି । ଏପରିକି ଦଳୀୟ ସଭାରେ ଅର୍ପିତା ଭାଷଣ ଦେଉଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହା ଟିଏମ୍‌ସିକୁ ଅଡୁଆ ସ୍ଥିତିରେ ପକାଇଛି । ୨୦୨୧ ବିଧାନସଭା ନିର୍ବାଚନ ସମୟରେ ପାର୍ଥ ଓ ଅର୍ପିତା ଟିଏମ୍‌ସି ପକ୍ଷରୁ ପ୍ରଚାର କରୁଥିବା ଏହି ଭିଡିଓରେ ଲକ୍ଷ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking