40.1 C
Bhubaneswar
Tuesday, April 30, 2024
Homeଖେଳଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଡିଆଣ୍ଡ୍ରା ଡଟିନ୍‌ଙ୍କ ଅବସର

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଡିଆଣ୍ଡ୍ରା ଡଟିନ୍‌ଙ୍କ ଅବସର

ବର୍ମିଂହାମ୍ : ୱେଷ୍ଟଇଣ୍ଡିଜ୍ ମହିଳା କ୍ରିକେଟ୍ ଟିମ୍ ଅଲ୍‌ରାଉଣ୍ଡର୍ ଡିଆଣ୍ଡ୍ରା ଡଟିନ୍ ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଟି-୨୦ ଅନ୍ତର୍ଜାତୀୟ ଦ୍ରୁତ ଶତକ ହାସଲକାରୀ ୩୧ ବର୍ଷୀୟା ଡଟିନ୍ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲ୍‌ରେ ସେ ନିଜ ଅବସର ଘୋଷଣା କରିଛନ୍ତି । ‘ମୋ କ୍ରିକେଟ୍ କ୍ୟାରିୟର୍‌ରେ ମୁଁ ବହୁ ବାଧାକୁ ପାର୍ କରିଛି । ବର୍ତ୍ତମାନର ଟିମ୍ ପରିବେଶରେ ମୋ ପ୍ୟାସନ୍‌କୁ ଆଗକୁ ବଢ଼ାଇବା ପାଇଁ ମୁଁ ଅକ୍ଷମ ବୋଲି ଡଟିନ୍ କହିଛନ୍ତି । ତାଙ୍କର ଏହି ଅବସରକୁ ୨୦୨୨ ଜୁଲାଇ ୧ ତାରିଖରୁ ତୁରନ୍ତ ପ୍ରଭାବରେ ଲାଗୁ କରିବା ନିମନ୍ତେ ସେ ଏହି ପୋଷ୍ଟ୍‌ରେ ନିବେଦନ କରିଛନ୍ତି । ୨୦୦୮ରେ ପଦାର୍ପଣ କରିଥିବା ଡଟିନ୍ ୧୪ ବର୍ଷ ଧରି ୱେଷ୍ଟଇଣ୍ଡିଜ୍‌କୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଆସିଛନ୍ତି । ଏହା ମଧ୍ୟରେ ସେ ଦିନିକିଆରେ ତିନିଟି ଶତକ ସହିତ ୩୦.୫୪ ହାରରେ ମୋଟ ୩୭୨୭ ଏବଂ ଟି-୨୦ରେ ୨୫.୯୩ ହାରରେ ୨୬୯୭ ରନ୍ ନିଜ ନାମରେ କରିଛନ୍ତି । ସେହିପରି ସେ ଦିନିକିଆରେ ୭୨ ଏବଂ ଟି-୨୦ କ୍ରିକେଟ୍‌ରେ ୬୨ଟି ୱିକେଟ୍ ହାସଲ ମଧ୍ୟ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ ମଧ୍ୟ ସାରା ବିଶ୍ୱରେ ଡୋମେଷ୍ଟିକ୍ କ୍ରିକେଟ୍ ଜାରି ରଖିବେ ବୋଲି ଏହି ୱେଷ୍ଟ୍‌ଇଣ୍ଡିଜ୍ ଅଲ୍‌ରାଉଣ୍ଡ୍ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking