ନ୍ୟୁୟର୍କ: ବେଆଇନ ଭାବେ ନ୍ୟୁୟର୍କ ସିଟିରେ ଚାଲୁଥିବା ୨ ହଜାର ଦାମୀ ମଟରସାଇକେଲ୍କୁ ଜବତ କରାଯିବା ପରେ ନଷ୍ଟ କରି ଦିଆଯାଇଛି । ଏହି ସବୁ ବାଇକ୍ ଉପରେ ନ୍ୟୁୟର୍କ ମହାନଗର ନିଗମ ପ୍ରଶାସନ ବୁଲ୍ଡୋଜର ମଡାଇ ନଷ୍ଟ କରିଛି । ବେଆଇନ ଭାବେ ଚାଲୁଥିବା ମୋଟରସାଇକେଲ୍ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାର ଅଧିକାଂଶ ସହରମାନଙ୍କରେ ଜବତ କରାଯାଇଥିବା ଗାଡିଗୁଡିକ ନଷ୍ଟ କରିଦିଆଯାଇଥାଏ । ବୁଲଡୋଜର ମଡାଇ ଏହି ସବୁ ଗାଡିଗୁଡିକୁ ନଷ୍ଟ କରିଦିଆଯାଇଥାଏ ।
ନ୍ୟୁୟର୍କରେ ବେଆଇନ କାର୍ଯ୍ୟ ସହ ଅନ୍ୟ କେତକ କାରଣ ପାଇଁ ବେଆଇନ ଭାବେ ଡାର୍ଟ ବାଇକ୍ ବ୍ୟବହାର କରାଯାଇଥାଏ । ଏହି ସବୁ ମୋଟର ସାଇକେଲ୍ରେ ସଡକ ସୁରକ୍ଷା ଜନିତ ବିଭିନ୍ନ ଯନ୍ତ୍ରାଶଂ ନଥାଏ । ପୋଲିସ ଜବତ କରିବା ପରେ ଏସବୁକୁ ନଷ୍ଟ କକରିଦେଇଥାଏ । ନ୍ୟୁୟର୍କରେ ଥିବା ବ୍ରୋକଲିନ୍ ପାଉଣ୍ଡିଂ ବା ଗାଡିଗୁଡିକ ଗୁଣ୍ଡ କରିବା ସ୍ଥାନରେ ନ୍ୟୁୟର୍କ ପୋଲିସ ବିଭାଗ ପକ୍ଷରୁ ୨ହଜାରରୁ ଅଧିକ ଗାଡିକୁ ନଷ୍ଟ କରି ଦିଆଯାଇଛି । ଏସବୁକୁ ରିସାଇକେଲ୍ କରାଯିବ ବୋଲି ନ୍ୟୁୟର୍କର ମେୟର ଏରିକ୍ ଆଡାମସ୍ ସୂଚନା ଦେଇଛନ୍ତି ।
Illegal dirtbikes and ATVs endanger the lives of New Yorkers. We're not letting them go unchecked.
This year we've already taken nearly 2,000 bikes off the street and we're just getting started.
Get the message: you want to terrorize our neighborhoods?
You'll get crushed. pic.twitter.com/snHjqfWr90
— Mayor Eric Adams (@NYCMayor) June 21, 2022