33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଚୀନର ବିସ୍ତାରବାଦୀ ନୀତିକୁ ନେଇ ଚିନ୍ତାରେ ଅଷ୍ଟ୍ରେଲିଆ

ଚୀନର ବିସ୍ତାରବାଦୀ ନୀତିକୁ ନେଇ ଚିନ୍ତାରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ତଥା ରକ୍ଷାମନ୍ତ୍ରୀ ରିଚାର୍ଡ ମର୍ଲିସ ଚିନର ବିସ୍ତାରବାଦୀ ନୀତି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଚିନ ଭାରତ ସମେତ ଅଷ୍ଟ୍ରେଲିଆ ପାଇଁ ସୁରକ୍ଷା ଦୃଷ୍ଟିରୁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଚୀନର ବିସ୍ତାରବାଦୀ ନୀତି ପଡୋଶୀ ଦେଶ ପାଇଁ ବିପଦ ପାଲଟି ଗଲାଣି । ସେ ଏହା ମଧ୍ୟ କହିଛନ୍ତି ଚୀନ ଏବେ ବିଶ୍ୱକୁ ଯେଉଁ ଆକାରରେ ଦେଖିବାକୁ ଚାହୁଁଛି ସେମିତି ଦୃଶ୍ୟ ପୂର୍ବରୁ କେବେ ଦେଖାଯାଇ ନଥିଲା । ଚାରି ଦିନର ଯାତ୍ରାରେ ଭାରତ ଆସିଥିବା ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ କହିଛନ୍ତି, ଚୀନକୁ ନେଇ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଚିନ୍ତାରେ ଅଛନ୍ତି ।

ରିଚାର୍ଡ ମର୍ଲିସ ଗଲ୍‌ୱାନ ଘାଟିରେ ଭାରତୀୟ ସେନା ଉପରେ ଚିନ ସେନାର ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହା ସହ ଆଶ୍ୱାସନା ଦେଇଛନ୍ତିକି ଲଦାଖର ପୂର୍ବବର୍ତ୍ତୀ ଅଞ୍ଚଳରେ ଚୀନ ସହ ଜାରି ରହିଥିବା ସୀମା ବିବାଦରେ ଅଷ୍ଟ୍ରେଲିଆ ଭାରତ ସହିତ ଛିଡା ହୋଇଛି । ଅଷ୍ଟ୍ରେଲିଆ ଉପ-ପ୍ରଧାନମନ୍ତ୍ରୀ ସାମ୍ବାଦିକମାନଙ୍କ ସହିତ ଆଲୋଚନା ସମୟରେ ଚୀନ ଓ ରୁଷ ମଧ୍ୟରେ ରକ୍ଷା ତଥା ସୁରକ୍ଷାକୁ ନେଇ ବଢିଚାଲିଥିବା ଦ୍ୱନ୍ଦ୍ୱ ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏହା ମଧ୍ୟ କହିଛନ୍ତିକି ଏହା ଦ୍ୱାରା କ୍ଷେତ୍ର ଉପରେ ପ୍ରଭାବ ପଡିପାରେ । ସେ ଏହା ମଧ୍ୟ କହିଛନ୍ତି, ନୂଆ ଦିଲ୍ଲୀ ଓ କାନବେରା ନିଜ ରକ୍ଷା ତଥା ସୁରକ୍ଷାକୁ ନେଇ ଏକଜୁଟ ହୋଇଛନ୍ତି । କାରଣ ଅଷ୍ଟ୍ରେଲିଆ ଓ ଭାରତର ଚିନ୍ତାଧାରା ପ୍ରାୟ ସମାନ । ଅଷ୍ଟ୍ରେଲିଆ ଉପ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଚିନ କେବଳ ଅଷ୍ଟ୍ରେଲିଆ ନୁହେଁ ଭାରତ ପାଇଁ ବ୍ୟବସାୟ କ୍ଷେତ୍ରରେ ସବୁଠୁ ବଡ ସହଯୋଗୀ । ଖାଲି ଆମ ପାଇଁ ନୁହେଁ ଭାରତ ପାଇଁ ବି ସୁରକ୍ଷା ନେଇ ଚିନ୍ତା ବଢ଼ାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking