33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶନିୟମ ନମାନିବାରୁ ବୁଲୁଡୋଜର ତଳେ ଚାପିଦେଲେ ୨ହଜାର ଦାମୀ ବାଇକ୍‌

ନିୟମ ନମାନିବାରୁ ବୁଲୁଡୋଜର ତଳେ ଚାପିଦେଲେ ୨ହଜାର ଦାମୀ ବାଇକ୍‌

ନ୍ୟୁୟର୍କ: ବେଆଇନ ଭାବେ ନ୍ୟୁୟର୍କ ସିଟିରେ ଚାଲୁଥିବା ୨ ହଜାର ଦାମୀ ମଟରସାଇକେଲ୍‌କୁ ଜବତ କରାଯିବା ପରେ ନଷ୍ଟ କରି ଦିଆଯାଇଛି । ଏହି ସବୁ ବାଇକ୍ ଉପରେ ନ୍ୟୁୟର୍କ ମହାନଗର ନିଗମ ପ୍ରଶାସନ ବୁଲ୍‌ଡୋଜର ମଡାଇ ନଷ୍ଟ କରିଛି । ବେଆଇନ ଭାବେ ଚାଲୁଥିବା ମୋଟରସାଇକେଲ୍ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାର ଅଧିକାଂଶ ସହରମାନଙ୍କରେ ଜବତ କରାଯାଇଥିବା ଗାଡିଗୁଡିକ ନଷ୍ଟ କରିଦିଆଯାଇଥାଏ । ବୁଲଡୋଜର ମଡାଇ ଏହି ସବୁ ଗାଡିଗୁଡିକୁ ନଷ୍ଟ କରିଦିଆଯାଇଥାଏ ।

ନ୍ୟୁୟର୍କରେ ବେଆଇନ କାର୍ଯ୍ୟ ସହ ଅନ୍ୟ କେତକ କାରଣ ପାଇଁ ବେଆଇନ ଭାବେ ଡାର୍ଟ ବାଇକ୍ ବ୍ୟବହାର କରାଯାଇଥାଏ । ଏହି ସବୁ ମୋଟର ସାଇକେଲ୍‌ରେ ସଡକ ସୁରକ୍ଷା ଜନିତ ବିଭିନ୍ନ ଯନ୍ତ୍ରାଶଂ ନଥାଏ । ପୋଲିସ ଜବତ କରିବା ପରେ ଏସବୁକୁ ନଷ୍ଟ କକରିଦେଇଥାଏ । ନ୍ୟୁୟର୍କରେ ଥିବା ବ୍ରୋକଲିନ୍ ପାଉଣ୍ଡିଂ ବା ଗାଡିଗୁଡିକ ଗୁଣ୍ଡ କରିବା ସ୍ଥାନରେ ନ୍ୟୁୟର୍କ ପୋଲିସ ବିଭାଗ ପକ୍ଷରୁ ୨ହଜାରରୁ ଅଧିକ ଗାଡିକୁ ନଷ୍ଟ କରି ଦିଆଯାଇଛି । ଏସବୁକୁ ରିସାଇକେଲ୍ କରାଯିବ ବୋଲି ନ୍ୟୁୟର୍କର ମେୟର ଏରିକ୍ ଆଡାମସ୍ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking